Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରଗରମ ସାନଖେମୁଣ୍ଡି ରାଜନୀତି : କଂଗ୍ରେସର ରମେଶ ଜେନାଙ୍କ ଗଡରେ ବିଜେଡିରୁ ତିନିଜଣ ଆଶାୟୀ, କାହାକୁ ମିଳିବ ଟିକଟ ?

ବ୍ରହ୍ମପୁର ୧୦|୨: ଗଞ୍ଜାମ ରାଜନୀତି ଏବେ ପୁରାପୁରି ସରଗରମ । ଏହାରି ମଧ୍ୟରେ ସାନଖେମୁଣ୍ଡି ରାଜନୈତିକ ପାଣିପାଗ ଟିକେ ଉଷ୍ମ ହୋଇପଡିଛି। ତିନି ପ୍ରମୁଖ ରାଜନୈତିକ ଦଳ ଏବେ ନିର୍ବାଚନ ମଣ୍ଡଳୀରେ ଲଗାଇଛନ୍ତି ଜୋରଦାର ପ୍ରୟାସ।

ଗଞ୍ଜାମ ଜିଲ୍ଲାର ଅନ୍ୟତମ ଟେନ୍‌ସନ୍ ନିର୍ବାଚନ ମଣ୍ଡଳୀ ହେଉଛି ସାନଖେମୁଣ୍ଡି।  ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ନେତା ଏଠି ଏବେ ପୁରା ମୁହାଁମୁହିଁ ସ୍ଥିତିରେ ।  ଶକ୍ତିଶାଳି ହେବାକୁ ବିଡେଡି ଗୋଟିଏ ପରେ ଗୋଟିଏ ରଣନୀତି ତିଆରି କରୁଥିବା ​‌ବେଳେ ଗୋଷ୍ଠୀ କନ୍ଦଳ କିନ୍ତୁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।  ଏଇଥି ପାଇଁ ଯେ ବିଜେଡି ଟିକେଟ୍ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।  

ତିନି ଦିନ ତଳେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଲତିକା ପ୍ରଧାନ ଏକ ସମାବେଶ କରିଥିଲେ। ପ୍ରାର୍ଥୀ ହେବାକୁ ଆଶାୟୀ ବୋଲି ଲତିକା ଏହା ମାଧ୍ୟମରେ ସୂଚାଇ ଦେଇଛନ୍ତି । ଅନ୍ୟତମ ନେତା ମଙ୍ଗୁଳୁ ପାତ୍ର ମଧ୍ୟ ଏକା ଦିନରେ ଲତିକାଙ୍କ ସମାବେଶ ନିକଟରେ ଆଉ ଏକ ସମାବେଶ କରି ତାଙ୍କୁ କାଉଣ୍ଟର କରିବାକୁ ଚେଷ୍ଟା କରିଥିଲେ ।  ବର୍ତ୍ତମାନର ବିଧାୟିକା ନନ୍ଦିନୀ ଦେବୀ ମଧ୍ୟ ରେସ୍ ରେ ପଛରେ ପଡିନାହାଁନ୍ତି ।

ସେପଟେ ସାଂପ୍ରତିକ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି କଂଗ୍ରେସ ।  ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ଗାଁ ଗାଁ ବୁଲି ବୁଲି ଜନସମର୍ଥନ ଯୋଗାଡ ପାଇଁ ଉଦ୍ୟମ କରୁଛନ୍ତି । ପୁଣି ଥରେ ବିଧାୟକ ହେବାକୁ ରମେଶ ଆଶା ବାନ୍ଧିଛନ୍ତି ।  ବିଜେପି ବି ପଛରେ ପଡିନି ।

848 Views

   ସମ୍ବନ୍ଧିତ ଖବର