Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦେଶର ତିନି ଖ୍ୟାତାନାମା ଡାକ୍ତରଙ୍କ ପରାମର୍ଶ: ରାମବାଣ ନୁହେଁ ରେମଡେସିଭିର, ଏହି ଉପାୟରେ କରୋନାକୁ ଦେଇ ପାରିବେ ମାତ୍

21/04/2021 at 6:11 PM

ନୂଆଦିଲ୍ଲୀ ୨୧।୦୪: ଦେଶରେ କରୋନା ସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ରହିଛି। ହୁ ହୁ ହୋଇ ବଢୁଥିବା ଆକ୍ରାନ୍ତ ସଂଖ୍ୟା ମଧ୍ୟରେ ଦେଶବାସୀଙ୍କୁ ଦେଶର ୩ ଖ୍ୟାତାନାମା ଡାକ୍ତର ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ନାରାୟଣ ହେଲ୍‌ଥ ମୁଖ୍ୟ ଡାକ୍ତର ଦେବୀ ସେଟ୍ଟୀ ଓ ମେଦାନ୍ତର ଚେୟାରମ୍ୟାନ ଡାକ୍ତର ନରେଶ ତ୍ରେହାନ ଲୋକଙ୍କୁ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ତିନି ଡାକ୍ତର ଏକ ସଙ୍ଗେ ଆସି କରୋନାର କେମିତି ଚିକିତ୍ସା କରାଯିବ ସାଧାରଣ ଲୋକଙ୍କୁ ବୁଝାଇଛନ୍ତି। ଯଦି ଆପଣ କରୋନା ସଂକ୍ରମିତ ତେବେ କଣ ପଦକ୍ଷେପ ନେବେ ଏବଂ କରୋନାକୁ କେମିତି ମାତ୍ ଦିଆଯାଇ ପାରିବ ଏହି  ବିଷୟରେ ବିସ୍ତୃତ ଆଲୋଚନା କରି ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ଡାକ୍ତର ଦେବୀ ସେଟ୍ଟୀ ସବୁ ବେଳେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରିବାକୁ କହିଛନ୍ତି। ପଜିଟିଭ୍ ଚିହ୍ନଟ ହେଲେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ହୋମ ଆଇସୋଲେସନରେ ରୁହନ୍ତୁ ଏବଂ ପ୍ରତି ୬ ଘଣ୍ଟାରେ ଥରେ ଅକ୍ସିମିଟରରେ ଅକ୍ସିଜେନ୍ ସ୍ତର ଯାଞ୍ଚ କରନ୍ତୁ। ଠିକ୍ ସମୟରେ ନିଜର ଚିକିତ୍ସା କରାଇଲେ ଆରୋଗ୍ୟ ହେବେ ବୋଲି ଡାକ୍ତର ସେଟ୍ଟୀ କହିଛନ୍ତି।

ମେଦାନ୍ତ  ହସ୍ପିଟାଲର ମୁଖ୍ୟ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ, ଯଦି ଘରେ ପର୍ଯ୍ୟାପ୍ତ ଜାଗା ନାହିଁ ତେବେ ଆଇସୋଲେସନ ସେଣ୍ଟରକୁ ଯାଆନ୍ତୁ। ହସ୍ପିଟାଲ ପାଖ ପେଡ୍ କ୍ଵାରେଣ୍ଟିନ୍ ସେଣ୍ଟରରେ ମଧ୍ୟ ରହି ପାରିବେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ ବୋଲି ଡାକ୍ତର ତ୍ରେହାନ କହିଛନ୍ତି। ସେ କହିଛନ୍ତି ଯେ, ଆମେ ବହୁତ ଭାଗ୍ୟବାନ ଯେ, ଭାରତ ପରି ଦେଶରେ ରହୁଛେ। ଭାରତରେ ବ୍ୟାପକ ଔଷଧ ନିର୍ମାତା କମ୍ପାନୀ ରହିଛନ୍ତି। ତେଣୁ ଦେଶରେ ଔଷଧର ଅଭାବଜନିତ ସମସ୍ୟା ଆଦୌ ଦେଖା ଦେବନାହିଁ। ଅକ୍ସିଜେନ୍ ସ୍ତର କମିଲେ, ଡାକ୍ତରଙ୍କ ପରାମର୍ଶକ୍ରମେ ଆଡମିଶନ ହୁଅନ୍ତୁ। ଉଚିତ୍ ବିଚାର କରି ଅକ୍ସିଜେନ୍‌ର ବ୍ୟବହାର କରାଯାଉ ବୋଲି ତ୍ରେହାନ କହିଛନ୍ତି। ଅକ୍ସିଜେନ୍ ଅପଚୟ ଜରୁରୀ ପଡୁଥିବା ଅନ୍ୟ ରୋଗୀଙ୍କ ଜୀବନ ନେଇପାରେ ବୋଲି ଡାକ୍ତର ତ୍ରେହାନ ପରାମର୍ଶ ଦେଇଛନ୍ତି।

ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ, କୋଭିଡ୍ ଔଷଧ ବ୍ୟବହାର ନକରି ବି ୮୫ ପ୍ରତିଶତ ଲୋକ ଭଲ ହେଲେଣି। ସାଧାରଣ ପାରାସିଟାମଲ ଖାଇ ୮୫ ପ୍ରତିଶତ ରୋଗୀ ଆରୋଗ୍ୟ ହେଲେଣି। କେବଳ ୧୫ ପ୍ରତିଶତ ରୋଗୀଙ୍କୁ ରେମଡେସିଭିର ଦେବାକୁ ପଡୁଛି। ତେଣୁ କରୋନା ଆକ୍ରାନ୍ତ ହେଲେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ଆକ୍ରାନ୍ତ ହେଲେ ଅଯଥା  ହସ୍ପିଟାଲ ଆସନ୍ତୁ ନାହିଁ ଏବଂ ଭିଡ ଜମାନ୍ତୁ ନାହିଁ। ଅନେକ ରୋଗୀ ଘରେ ଅକ୍ସିଜେନ୍ ସିଲିଣ୍ଡର ରଖି ବ୍ୟବହାର କରୁଛନ୍ତି।  କିନ୍ତୁ ଜାଣି ରଖିବା ଉଚିତ୍ ଯେ, ଏହା ଅକ୍ସିଜେନର ଅଯଥା ଅପଚୟ ଏବଂ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ।

ଡାକ୍ତର ଗୁଲେରିଆ କହିଛନ୍ତି ଯେ, ୯୩/୯୪ ପର୍ଯ୍ୟନ୍ତ ଲେବୁଲ୍ ଥିଲେ ଅକ୍ସିଜେନ୍ ନେବା ଆବଶ୍ୟକ ନାହିଁ। ୯୨ ତଳକୁ ଆସିଲେ ଡରନ୍ତୁ ନାହିଁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମନଇଚ୍ଛା ଘରକୁ  ଅକ୍ସିଜେନ୍ ସିଲିଣ୍ଡର ଆଣନ୍ତୁ ନାହିଁ। ଟିକାକୁ ନେଇ ଡାକ୍ତର ଗୁଲେରିଆ କହିଛନ୍ତି ଯେ, ଟିକା ରୋଗ ଦୂରେଇବ କିନ୍ତୁ ସଂକ୍ରମଣକୁ ଦୂରେଇ ପାରିବ ନାହିଁ। ତେଣୁ ଟିକା ନେବା ପରେ ବି ସଂକ୍ରମଣର ଭୟ ରହିବ। ତେଣୁ ଟିକା ନେବା ପରେ  ବି ସର୍ବଦା ମାସ୍କ ପିନ୍ଧନ୍ତୁ। ମାସ୍କ ଠିକ୍ ଭାବେ ପିନ୍ଧନ୍ତୁ ଏବଂ ମୁହଁ-ନାକ ଘୋଡାଇ ରଖନ୍ତୁ।

   Related Posts