Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଧାଡି କରି ଆସିଲେ, ପୋଲିସ ଚୌକି ବୁଲିଲେ : ଛତିଶଗଡ ଥାନାରେ ଭାଲୁଙ୍କ ଭିଡିଓ ଟ୍ବିଟ୍ କଲେ ଅଫିସର… ବେଶ୍ ମଜାଦାର

29/12/2020 at 7:50 PM

ରାୟପୁର ୨୯/୧୨ : ଛତିଶଗଡର କାଙ୍କେର ଏକ ପୋଲିସ ଷ୍ଟେସନର ପରିସରରେ ତିନିଟି ଭାଲୁ  ବୁଲୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭାଲୁକୁ ଅନୁସରଣ କରି ପଛରେ ଆଉ ୨ଟି ଭାଲୁ ଚାଲି ଚାଲି ଯାଉଥିବାର ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି ଆଇପିଏସ୍ ଅଧିକାରୀ ଦୀପାନ୍ସୁ କାବ୍ରା ।

ମଜାଳିଆ ଢଙ୍ଗରେ IPS କାବ୍ରା କହିଛନ୍ତି ‘ଭାଲୁମାନେ ରାତିରେ ଆଶ୍ଚର୍ଯ୍ୟଜନକ ଭାବେ ହଠାତ ତଦାରଖ କରିବା ପାଇଁ ପୋଲିସ ଷ୍ଟେସନକୁ ଆସିଥିଲେ’ । ତେବେ ଥାନା ପରିସରରେ ରାତିରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ IPS ଦୀପାନ୍ସୁ କାବ୍ରା ପ୍ରଶଂସା କରିଛନ୍ତି । ସେ କହିଛନ୍ତି ରାତିରେ କାର୍ଯ୍ୟରତ ପୋଲିସ ଅଫିସରମାନେ ସାହସ ଏବଂ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିଥିଲେ । ଲୋକମାନଙ୍କର ଯେପରି କୌଣସି ଅସୁବିଧା ନହେବ ସେ ନେଇ କାର୍ଯ୍ୟରତ ପୋଲିସମାନେ ଖୁବ ସତର୍କତାର ସହ ସମସ୍ୟାକୁ ଟାଳିଥିଲେ ।

ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ବନ୍ୟ ପ୍ରାଣୀମାନ ଜଙ୍ଗଲ ଛାଡି ଜନବସତି ଆଡକୁ ଚାଲିଆସୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ପକ୍ଷର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ଜଣେ ଟ୍ବିଟର ବ୍ୟବହାରକାରୀ ଲେଖିଛନ୍ତି । ଅମ୍ରିତ ଖତ୍ରୀ ନାମକ ଜଣେ ବ୍ୟକ୍ତି ନିଜ ଟ୍ବିଟରରେ ଏକ ଭିଡିଓ ସେୟାର କରି କହିଛନ୍ତି କାଙ୍କେର ଅଞ୍ଚଳରେ ଏହି ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ସେ ନିଜ କ୍ୟାମେରା ଲେନ୍ସରେ ଏପରି ଏକ ଭିଡିଓ ଉତ୍ତୋଳନ କରିଛନ୍ତି ବୋଲି କହିଛନ୍ତି ।

   Related Posts