Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଆଙ୍କରେଜ୍ ପଏଣ୍ଟରେ ଓଲଟି ପଡିଥିବା ରେସ୍କ୍ୟୁ ବୋଟ୍‌ରୁ ୩ ଜଣ ବାଂଲାଦେଶୀ ନାବିକଙ୍କୁ ଉଦ୍ଧାର

22/10/2020 at 9:31 PM

ପାରାଦୀପ୨୨/୧୦: ଅଶାନ୍ତ ସମୁଦ୍ରରେ ଶାନ୍ତ ହୋଇ କାର୍ଯ୍ୟ କରିବାର ଶୈଳୀ, ପାରାଦୀପ ବନ୍ଦରର ସାମୁଦ୍ରିକ କର୍ମଚାରୀଙ୍କୁ ବେଶ୍‌ ଭଲ ଭାବେ ଜଣା। ଏହା ଆଜି ପୁଣି ପ୍ରମାଣିତ ହୋଇଛି । ମାଲ୍ଟା ଫ୍ଲାଗ୍‌ ବହନକାରୀ ଲୁହାପଥର ପରିବହନ କରିବାକୁ ବାଂଲାଦେଶରୁ ଆସିଥିବା ଓସନ୍‌ ସେଞ୍ଚୁରୀ ନାମକ ଜାହାଜ ପାରାଦୀପର ଆଙ୍କରେଜ୍‌ରେ ଆଜି ଅପେକ୍ଷା କରିଥିଲା ।

ତେବେ କୌଣସି କାରଣ ବଶତଃ ଏହାର ୩ଜଣ ବାଂଲାଦେଶୀ ନାବିକ ସମୁଦ୍ର ମଧ୍ୟକୁ ଖସି ପଡିଥିଲେ ଓ ଅଶାନ୍ତ ସମୁଦ୍ର ମଧ୍ୟରେ ଭାସି ଯାଉଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ଇଂଜିନିୟର ଓ ଆଉ ଜଣେ ଇଲେକ୍ଟ୍ରିକାଲ ଇଂଜିନିୟର । ସୂଚନା ପାଇବା ମାତ୍ରେ ପାରାଦୀପ ବନ୍ଦର ହାବର୍ର ମାଷ୍ଟର କ୍ୟାପଟେନ୍‌ ଅଲେଖ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଠିକଣା ପଦକ୍ଷେପ ନିଆଯାଇଥିଲା ବନ୍ଦରର ପେଟ୍ରୋଲିଂ କ୍ରାଫ୍ଟ ଓ ଟଗ୍‌ ବୋଟ୍‌‌କୁ ସେଠାକୁ ପଠାଯାଇ ଆଜି ଅପରାହ୍ନରେ ଲଗାଣ ବର୍ଷା ବିତ୍ପାତ ଓ ଅଶାନ୍ତ ସମୁଦ୍ର ସତ୍ତ୍ବେ ନାବିକମାନଙ୍କୁ ଉଦ୍ଧାର କରାଯାଇଛି ଓ ସେମାନଙ୍କୁ ପାରାଦୀପ ବନ୍ଦର ଚିକିତ୍ସାଳୟରେ ପ୍ରାଥମିକ ଉପଚାର କରାଯାଇଛି ।

ସେମାନେ ସୁସ୍ଥ ଅଛନ୍ତି । ବୁଡିଯାଇଥିବା ରେସ୍କ୍ୟୁ ବୋଟ୍‌୍‌କୁ ବି ଉଦ୍ଧାର କରି ବନ୍ଦର ମଧ୍ୟକୁ ଅଣାଯିିବା ପାଇଁ ଉଦ୍ୟମ ଜାରୀ ରହିଛି । ବନ୍ଦରର ଉପ ସଂରକ୍ଷକ କ୍ୟାପଟେନ ଅତୁଲ୍ୟ କୁମାର ମହାପାତ୍ର, ବିଭାଗୀୟ ଅଧିକାରୀଙ୍କ ଓ କର୍ମଚାରୀଙ୍କ ଦୁଃସାହସିକ ପଦକ୍ଷେପର ଭୂୟସୀ ପ୍ରଶଂସା କରିଛନ୍ତି । ପାରାଦୀପ ସହରରେ ବିଭାଗୀୟ କର୍ମଚାରୀଙ୍କ ସମୟୋଚିତ ପଦକ୍ଷେପ ସଂପର୍କରେ ଜୋରସୋରରେ ଚର୍ଚ୍ଚା ହେଉଛି ।

   Related Posts