୧୦କିଲୋ ସୁନା,ହୀରା ଏବଂ ମୋତି ସହ ୩ଜଣ ଗିରଫ

Published By : Prameya-News7 Bureau | November 02, 2020 IST

କାନପୁର ୨/୧୧: କାନପୁରର ଆୟକର ବିଭାଗର ଟିମ୍ ପୋଲିସ୍ ସହ ବାନ୍ଦାର ଏକ ହୋଟେଲରୁ ୩ଜଣଙ୍କୁ ପାଖାପାଖି ୧୦କିଲୋ ସୁନା,ହୀରା ଏବଂ ମୋତି ସହ ଗିରଫ କରିଛି। ବିଳମ୍ବିତ ରାତି ଯାଏଁ ୩ଜଣଙ୍କୁ ସଦର ଥାନାରେ ପଚରାଉଚୁରା ହେଉଥିଲା।

ଆୟକର ଟିମ୍ ସୂଚନା ପାଇ ରବିବାର ସକାଳେ ପାଖାପାଖି ୫ଟାରେ ୨ଟି ଲକ୍ସରି କାର୍‌ରୁ ବାନ୍ଦାର ବଲଖଣ୍ଡି ନାକା ସ୍ଥିତ ସାରଙ୍ଗ ହୋଟେଲରେ ଚଢ଼ାଉ କରିଛି। ହୋଟେଲର ରୁମ୍ ନମ୍ବର ୧୦୧ରୁ ୩ଜଣଙ୍କୁ ପାଖାପାଖି ୧୦କିଲୋ ହୀରା ଏବଂ ମୋତି ସହ ଗିରଫ କରାଯାଇଛି। ତାଙ୍କୁ ସଦର ଥାନାକୁ ନିଆଯାଇଛି। ୩ଜଣ ନିଜ ନାଁ ମଥୁରା ନବାଦା ବାସିନ୍ଦା ଭଗବାନ ସିଂହ,ଗୋବିନ୍ଦ ନଗରର କୁସୁମ ବାଟିକା ବାସିନ୍ଦା ସୁନୀଲ ଏବଂ ଗୋପାଳପୁର ସରସ୍ବତୀ କୁଣ୍ଡ ବାସିନ୍ଦା ଇମରାନ୍ ବୋଲି କହିଛନ୍ତି। ପଚରାଉଚୁରା ସମୟରେ ଇମରାନ୍ ଆୟକର ଟିମକୁ କହିଥିଲା ଯେ ସେ ମଥୁରାର ଛକ ବଜାରର ସରାଫା ବ୍ୟବସାୟୀ ସଚିନ ଅଗ୍ରଓ୍ବାଲଙ୍କ ଡ୍ରାଇଭର। ସଚିନଙ୍କ ଗିରିରାଜ ଅର୍ଣ୍ଣାମେଣ୍ଟ ନାମରେ ଫର୍ମ ରହିଛି।

ସେ କହିଥିଲା ଯେ ସୁନୀଲ ଏବଂ ଭଗବାନ ସିଂହ ସେଠାରେ କର୍ମଚାରୀ ଅଛନ୍ତି। ଉଭୟେ ବାନ୍ଦା ଏବଂ ଉରଇରେ ସୁନା ଯୋଗାଣ କରିବା କଥା କହି ତାକୁ ନିଜ ସହ ନେଇ ଆସିଥିଲେ। ଏହା ପୂର୍ବରୁ କିଛି ବ୍ୟବସାୟୀ ମଧ୍ୟ ୨ଜଣଙ୍କୁ ସୁନା ଦେଇଥିଲେ। ଆୟକର ଟିମ୍ ବାନ୍ଦା ପୋଲିସ୍ ସହ ବ୍ୟବସାୟୀଙ୍କ ତଲାଶରେ ବାହାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.