ଆକ୍ସନ ମୋଡରେ ବନ ବିଭାଗ : ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଇବା ବେଳେ ୩ ଗିରଫ

Published By : Prameya-News7 Bureau | March 05, 2021 IST

ତେଲକୋଇ ୫।୩: ଆକ୍ସନ ମୋଡରେ ବନ ବିଭାଗ । ଜଙ୍ଗଲରେ ନିଆଁ ଲାଗିବା କାରଣ ଖୋଜିବା ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି ପାଟ୍ରୋଲିଂ ଚଳାଇଛି ବନ ବିଭାଗ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ବିମଳା ଫରେଷ୍ଟ ବିଟର ନମକାନୀ ଗାଁ ଝାରବେଡା ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ବନ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି ତେଲକୋଇ ବନ ବିଭାଗ ।

ତିନି ଜଣ ହେଲେ ଯୁଗଳ ଜୁଆଙ୍ଗ, ରଞ୍ଜନ ଜୁଆଙ୍ଗ ଓ ଗୋର୍ବଦ୍ଧନ ଜୁଆଙ୍ଗ । ସେମାନଙ୍କଠାରୁ ୩ଟି ଧନୁ ତୀର ମଧ୍ୟ ଜବତ କରାଯାଇଛି । ଶିକାରୀଙ୍କ ଆକ୍ରମଣରେ ବିମଳା ଫରେଷ୍ଟ ବିଟର ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଶିକାରୀମାନଙ୍କୁ ବନବିଭାଗ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.