ଠକକୁ ଅପହରଣ : ଅପହରଣକାରୀ ସହ ଠକକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | July 11, 2021 IST

ଭୁବନେଶ୍ବର ୧୧।୭: ପୋଲିସ ଚାକିରୀ କରାଇଦେବାକୁ କହି ଠକିଥିବା ଠକକୁ ଅପହରଣ । ଅପହରଣକାରୀଙ୍କ କବଳରୁ ଉଦ୍ଧାର କରି ଠକ ସଦାନନ୍ଦ ବେହେରାକୁ ବାନ୍ଧିଲା ଚନ୍ଦକା ଥାନା ପୋଲିସ । ଏଭଳି ଘଟଣାର ପର୍ଦ୍ଦାଫାଶ କରିଛି ଚନ୍ଦକା ଥାନା ପୋଲିସ । 

ସଦାନନ୍ଦ ବେହେରାଙ୍କ ସ୍ତ୍ରୀଙ୍କ ଅନୁସାରେ, ସ୍ବାମୀଙ୍କ ଅପହରଣ ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ଦୁଇ ଅପହରଣକାରୀଙ୍କୁ ପୋଲିସ ଚାକିରୀ କରାଇଦେବାକୁ କହି ତିନି ଲକ୍ଷ ଟଙ୍କା ଠକି ନେଇଥିଲେ ଅଭିଯୁକ୍ତ । ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଖୋର୍ଦ୍ଧାରୁ ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିଛି ପୋଲିସ । ଅପହରଣ କରିଥିବା ଦୁଇ ଜଣ ଓ ଅପହରଣ ହୋଇଥିବା ସଦାନନ୍ଦ ବେହେରାଙ୍କୁ ପୋଲିସ ଗିରଫ କରିଛି ।

ଗତ ତିନି ଦିନ ପୂର୍ବରୁ ସଦାନନ୍ଦ ବେହେରାଙ୍କୁ ଦୁଇ ଜଣ ଅପହରଣକାରୀ ଚନ୍ଦକା ଅଞ୍ଚଳରୁ କାରରେ ଉଠାଇ ନେଇଥିବା ନେଇ ତାଙ୍କ ସ୍ତ୍ରୀ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ୨ ଅପହରଣକାରୀ ପ୍ରମୋଦ ମହାନ୍ତି ଓ ସନ୍ତୋଷ ପଟ୍ଟନାୟକ ସମେତ ଠକ ସଦାନନ୍ଦ ବେହେରାକୁ ଗିରଫ କରିଛି  ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.