ସିଗାରେଟ ଦେବାକୁ ବିଳମ୍ବ ହେବାରୁ ଦୋକାନୀଙ୍କୁ ମାଡ : ତିନି ଜଣ ଗିରଫ

Published By : Prameya-News7 Bureau | November 07, 2019 IST

ରାଉରକେଲା  ୭।୧୧: ରାଉରକେଲା ମଙ୍ଗଳ ଭବନ ନିକଟରେ ସିଗାରେଟ ଦେବାରେ ବିଳମ୍ବ ହେବାରୁ ଦୋକାନୀକୁ ମାଡ । ଘଟଣାରେ ତିନିଜଣ ଗିରଫ ହୋଇଥିବା ବେଳେ ଜଣେ ଫେରାର ରହିଛି  ।

{"id":180261}

ସୂଚନାଯୋଗ୍ୟ ଯେ, ରାଉରକେଲା ମଙ୍ଗଳ ଭବନ ନିକଟରେ ଜଣେ ଦୋକାନୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ଯୁବକଙ୍କ  ପାନଦୋକାନ ରେ ପହଁଚି ନାଲା ରୋଡ଼ର ଚାରି ଜଣ ଯୁବକ ସିଗାରେଟ ମାଗିଥିଲେ।  କିନ୍ତୁ ସିଗାରେଟ ଦେବାରେ ବିଳମ୍ବ ହେବାରୁ ଦୋକାନୀକୁ ମାଡ ମାରିଲେ ଚାରି ଜଣ ଯୁବକ । ଦୋକାନୀଙ୍କ ଅଭିଯୋଗ  ଓ ସିସିଟିଭି ଫୁଟେଜକୁ ଭିତ୍ତି କରି ପ୍ଲାଣ୍ଟସାଇଟ ପୋଲିସ ତଦନ୍ତ ଜାରି ରଖିଛି । ପୋଲିସ ତଦନ୍ତ କରି ତିନିଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଯୁବକ ଫେରାର ଅଛନ୍ତି । ତେବେ ଅଭିଯୁକ୍ତ ଯୁବକମାନଙ୍କର ଏହା ପୂର୍ବରୁ ମଧ୍ୟ ଦୋକାନୀ ବିକାଶ ସହ ଏଭଳି କଥାରେ ପାଟିତୁଣ୍ଡ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.