ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ନାବାଳକ ସମେତ ୩ ଗିରଫ

Published By : Prameya-News7 Bureau | May 17, 2019 IST

ବ୍ରହ୍ମପୁର ୧୭|୫: ବ୍ରହ୍ମପୁର କାଞ୍ଜିବାରି ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ବଡବଜାର ପୋଲିସ । ଘଟଣାସ୍ଥଳରୁ ଦୁଇଟି ଖଣ୍ଡା, ଗୋଟିଏ ବାଇକ୍ ଜବତ କରାଯାଇଛି । ଗିରଫ ୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡିଛି ।

ଅନ୍ୟ ଦୁଇ ଜଣ ଗିରଫ ହେଲେ ବାୟା ହାତୀ ଓରଫ୍ ଜଗା ଏବଂ ଅମୂଲ୍ୟ ଘଡେଇ । ଗିରଫ ସମସ୍ତେ ପୁରୁଣା ବ୍ରହ୍ମପୁର ସୀତା ଢିମିରା ସାହିର ବୋଲି ବଡବଜାର ପୋଲିସ୍ ସୂଚନା ଦେଇଛନ୍ତି ।

ଗତକାଲି ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଟୁଟୁ ହାତୀ ଗୁରୁତର ହୋଇଥିଲେ । ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.