ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କୁ ହତ୍ୟା ମାମଲା, ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | March 26, 2019 IST

ଆନନ୍ଦପୁର ୨୬|୩ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ପୂର୍ବତନ ଅଧକ୍ଷ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ୩ ଅଭିଯୁକ୍ତ ହେଲେ ଅଜିତ ପୃଷ୍ଟି, ଅଶୋକ ପୃଷ୍ଟି ଓ ସଞ୍ଜିତ ପୃଷ୍ଟି । ହତ୍ୟା ଘଟଣା ପରେ ୫ଜଣଙ୍କୁ ଅଟକ ରଖିଥିଲା ପୋଲିସ ।

{"id":97039}

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ କୁଣ୍ଡାକୋଟ ଓ ବଡଏକତାଳୀ ଯୁବକଙ୍କ ମଧ୍ୟରେ ଝଗଡାର ସମାଧାନ ପାଇଁ ଘରୁ ଡାକିନେଇ ତାଙ୍କ ହାତ ଗୋଡକୁ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଘରୁ ଡାକିନେଇଥିବା ଯୁବକମାନେ ବିଜେଡି ଦଳର ହୋଇଥିବା ବେଳେ କାଳେ ରାମଚନ୍ଦ୍ର ଦଳକୁ ଆସିଗଲେ ସେମାନଙ୍କ ଦଳରେ ପତିଆରା କମିଯିବ ଏହି ଆଶଙ୍କାରେ ଏଭଳି କାଣ୍ଡ ଘଟାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

{"id":97041}

ତେବେ ପୂର୍ବତନ ଆନନ୍ଦପୁର ବ୍ଲକ୍ ଅଧକ୍ଷ ରାମଚନ୍ଦ୍ର ବେହେରାଙ୍କ ଧକୋଠା ପଞ୍ଚାୟତ ଅଞ୍ଚଳରେ ଅନେକ ଲୋକପ୍ରିୟତା ରହିଥିଲା । ଗତ ୨୦୧୪ ବିଧାନସଭା ନିର୍ବ।ଚନରେ ସେ ସ୍ବାଧିନ ଭାବେ ଘସିପୁରା ନିର୍ବ।ଚନ ମଣ୍ଡଳୀରୁ ପ୍ରାର୍ଥୀ ମଧ୍ୟ ହୋଇଥତିଲେ । ତବେ ସ୍ବାସ୍ଥ୍ୟଗତ କାରଣରୁ ଗତ କିଛିବର୍ଷ ହେବ ରାଜନୀତିରେ ସକ୍ରିୟ ନଥିଲେ । ଚଳିତ ନିର୍ବ।ଚନକୁ ଆଖିଆଗରେ ରଖି ସେ ବିଜେଡି ରେ ଯୋଗଦେବାପାଇଁ ନିଷ୍ପତ୍ତି ନେଇଥିଲେ । ରାମଚନ୍ଦ୍ରପୁର ଥାନା ବଡପଦନାଠାରେ ଆଜି ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା ।

{"id":97042}

ଘଟଣାରେ ପୋଲିସ ମୋଟ ୫ଜଣଙ୍କୁ ଅଟକ ରଖିଥିଲା । ସେମାନଙ୍କ ମଧ୍ୟରୁ୩ଜଣଙ୍କୁ ଗିରଫ କରିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ବନ୍ଦୋବସ୍ତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି କହିଛନ୍ତି ଆନନ୍ଦପୁର ଏସ.ଡି.ପି ଓ ।

{"id":97043}

ପରିବାରଲୋକ ଓ ସ୍ଥାନୀୟ ଲୋକେ ଧକୋଠାଠାରେ ଏନଏଚ ୨୦ ଅବରୋଧ କରିଥିଲେ । ଦୀର୍ଘ ୫ଘଣ୍ଟା ପର ରାସ୍ତା ଅବରୋଧ ହଟାଇଥିଲା । ଖବରପାଇ ମନ୍ତ୍ରୀ ବଦ୍ରି ପାତ୍ର ଆସି ରାମଚନ୍ଦ୍ରଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.