ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା ମାମଲା : ଜେଲ୍ ଓ୍ବାର୍ଡରଙ୍କ ସମେତ ୩ ଗିରଫ, ନିଶା ସାମଗ୍ରୀ ଚାଲାଣକୁ ନେଇ ହତ୍ୟା ସନ୍ଦେହ

Published By : Prameya-News7 Bureau | February 22, 2020 IST

ଢେଙ୍କାନାଳ ୨୨।୨: ଢେଙ୍କାନାଳ ସହରର ମାଣ୍ଡପା ସାହିରେ ଯୁବକକୁ ଗୋଡାଇ ଗୋଡାଇ ହତ୍ୟା ଘଟଣାରେ ଏକ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି ।ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିଲା । ତେବେ ହତ୍ୟାକାଣ୍ଡ ରାତିରେ ଟାଉନ ପୋଲିସ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅଞ୍ଚଳରୁ ହତ୍ୟା ଅଭିଯୁକ୍ତ ବାବାଜୀ ଷଣ୍ଢ ଓ କାଳିଆ ମାଟିକୁ ଗିରଫ କରିଛି ।

{"id":227537,"sizeSlug":"large"}

ତେବେ ହତ୍ୟାର କାରଣ ଖୋଜୁ ଖୋଜୁ ଟାଉନ ପୋଲିସ ଏକ ଚାଞ୍ଚଲ୍ୟକର ତଥ୍ୟର ପର୍ଦ୍ଦାଫାଶ କରିଛି । ଏହି ହତ୍ୟାକାଣ୍ଡ ଘଟଣାରେ ବୈରାଗୀ ବାରିକ ନାମକ ଢେଙ୍କାନାଳ ଜିଲ୍ଲା କାରାଗାରର ଜଣେ ଓ୍ବାର୍ଡରକୁ ଗିରଫ କରିଛି ପୋଲିସ । ଗିରଫ ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ପୋଲିସ ହାତରେ ଲାଗିଛି । ଗିରଫ ବୈରାଗୀ ମାଧ୍ୟମରେ ଢେଙ୍କାନାଳ ଜିଲ୍ଲା କାରାଗାରକୁ ନିଶା ସାମଗ୍ରୀ ଚୋରା ଚାଲାଣ ହେଉଥିବା ସନ୍ଦେହ ଘେରକୁ ଆସିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.