କାର୍‌ରୁ ମିଳିଲା ୧୦୭ କେ.ଜି. ଗଞ୍ଜେଇ, ୩ ଗିରଫ

Published By : Prameya-News7 Bureau | March 18, 2020 IST

ସୁବର୍ଣ୍ଣପୁର ୧୮।୩: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସମ୍ମୁଖରୁ ଗାଡି ଯାଂଚ ସମୟରେ ଧରା ପଡିଛି ଏକ ଗଞ୍ଜେଇ ଭର୍ତ୍ତି କାର । ଯାଂଚ ସମୟରେ କାର ଭିତରୁ ମିଳିଛି ୧୦୬.୬୮୦ଗ୍ରାମ ଗଞ୍ଜେଇ । ଗାଡିଟି କୋରାପୁଟରୁ ଉତ୍ତରପ୍ରଦେଶର ବାଲିଆ ଅଂଚଳଳୁ ଯାଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲା । ଏଥିରେ ବାଲିଆ ଅଂଚଳର ତିନିଜଣ ଯୁବକ ଗିରଫ ହୋଇଛନ୍ତି ।

{"id":240426,"sizeSlug":"large"}

ତାଙ୍କ ନିକଟରୁ ଏକ ହୁଣ୍ଡାଇ ଭର୍ଣ୍ଣ। କାର, ତିନୋଟି ମୋବାଇଲ, ୪୭୦୦ଟଙ୍କା, ଦୁଇଟି ଆଧାର କାର୍ଡ ଏବଂ ଦୁଇଟି ଡ୍ରାଇଭିଂ ଲାଇସେନ୍ସ ପୋଲିସ ଜବତ କରିବା ସହିତ ସଂପୃକ୍ତ ତିନି ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.