କବିସୂର୍ଯ୍ୟନଗର ଅଞ୍ଚଳରେ ନାବାଳିକାକୁ ଘରୁ ଟେକିନେଇ ଗଣଦୁଷ୍କର୍ମ ଘଟଣା ; ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | November 21, 2018 IST

ଗଞ୍ଜାମ ୨୧|୧୧: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଧୋୟାକଣା ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଉଛନ୍ତି ମୋହନ ତୋପାକୁଲ, ଶିବ କୁମାର ଏବଂ କାଳିଆ ପାତ୍ର । ସେମାନଙ୍କ ନିକଟରୁ ଘର କବାଟ ଭାଙ୍ଗିବାରେ ବ୍ୟବହୃତ ସରଞ୍ଜାମ ସହ ସୁନା ରୁପା ଅଳଙ୍କାର ଜବତ ହୋଇଛି । ଗତ ୩୧ତାରିଖ ନଗଦ ୨୦ ହଜାର ଟଙ୍କା  ସୁନା ରୁପା ଅଳଙ୍କାର ଚୋରି କରିବା ସହ ନାବାଳିକାକୁ ଘରୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ପରିବାରବର୍ଗ ପକ୍ଷରୁ ଅଭିଯୋଗ ହୋଇଥିବା।  ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ।  ଘଟଣାର ୩ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ଏସପି ସୂଚନା ଦେଇଛନ୍ତି ।  ଗିରଫ ତିନି ଜଣଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ପୀଡିତା ଏବେବି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.