ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ୩ ଗିରଫ, ସଂପୃକ୍ତ ପଡୋଶୀ ଦମ୍ପତ୍ତି ଫେରାର

Published By : Prameya-News7 Bureau | July 29, 2021 IST

କେନ୍ଦ୍ରାପଡା ୨୯।୭: କେନ୍ଦ୍ରାପଡା ସଦର ଥାନା ଚାନ୍ଦୋଳ ଅଞ୍ଚଳର ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିକୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ୨ ଜଣ ରାଜମିସ୍ତ୍ରୀ ମିଲନ ତାଙ୍କ ଭାଇ ମୁଲାୟମ ଏବଂ କଟକ ଜିଲ୍ଲା ସାଲେପୁର ଅଂଚଳର ଦେବଦତ୍ତ ବେହେରା । ତେବେ ଘଟଣାରେ ସମ୍ପୃକ୍ତ ପୀଡ଼ିତା ନାବାଳିକାଙ୍କ ପଡ଼ୋଶୀ ସ୍ବାମୀ-ସ୍ତ୍ରୀ ଫେରାର ହୋଇଯାଇଛନ୍ତି।

ଅଭିଯୁକ୍ତ ରାଜମିସ୍ତ୍ରୀ ମିଲନ ଓ ତାଙ୍କ ଭାଇ ମୁଲାୟମ ପୀଡ଼ିତାଙ୍କ ଘର କାମ କରୁଥିଲେ। ପୀଡିତାଙ୍କ ପଡ଼ୋଶୀଙ୍କ ପ୍ରରୋଚନାରେ ପଡି ପୀଡିତାଙ୍କ କିଛି ଅଶ୍ଳୀଳ ଫଟୋ ଭାଇରାଲ୍ କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ଗତ ଜୁନ୍ ୪ ତାରିଖରେ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ରାଜମିସ୍ତ୍ରୀ ଦୁଇ ଜଣଙ୍କୁ ନଦିଆ ଜିଲ୍ଲାରୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଏହି ଗିରଫଦାରୀ ସମ୍ପର୍କରେ କେନ୍ଦ୍ରାପଡ଼ା ଏସଡିପିଓ ରାଜୀବ ଲୋଚନ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.