Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

୧୯ ବର୍ଷୀୟ ମଡେଲଙ୍କୁ ଉଠାଇ ନେଇ ବନ୍ଦ ଫ୍ୟାକ୍ଟ୍ରିରେ ଦୁଷ୍କର୍ମ କଲେ ୩ ଅଭିଯୁକ୍ତ, ଦଫା ୩୭୭ ଲଗାଇଲା ପୋଲିସ

8/01/2021 at 10:19 PM

ଥାନେ ୦୮/୦୧: ଗୁଜୁରାଟର ଜଣେ ୧୯ ବର୍ଷୀୟ ମଡେଲଙ୍କ ସହ ଅପ୍ରାକୃତିକ ଯୌନକ୍ରିୟା କରିବା ଅଭିଯୋଗରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ମହାରାଷ୍ଟ୍ରର ଥାନେରୁ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କ ବିରୋଧରେ ଦଫା ୩୭୭ ଲଗାଇଛି । ଏନେଇ ଓ୍ବାଗଲେ ଇଷ୍ଟେଟ୍‌ ଥାନାର ଇନ୍‌ସପେକ୍ଟର ଡିଏସ୍‌ ଧୋଲେ କହିଛନ୍ତି। ତେବେ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଖୋଜୁଛି।

ମିଳିଥିବା ସୂଚନା ଅନୁସାରେ ପୀଡ଼ିତଙ୍କୁ ଓ୍ବାଗଲେ ଇଷ୍ଟେଟ୍‌ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଫ୍ୟାକ୍ଟ୍ରିକୁ ନେଇଥିଲେ ଅଭିଯୁକ୍ତ। ସେଠା​‌ରେ ତାଙ୍କ ଉପରେ ଶାରୀରିକ ଅତ୍ୟାଚାର କରିବା ସହ ତାଙ୍କ ସହ ଅସ୍ବାଭାବିକ ଯୌନ ସମ୍ପର୍କ ସ୍ଥାପନ କରିଥିଲେ ଅଭିଯୁକ୍ତ। ପୀଡ଼ିତଙ୍କୁ ମାଡ଼ ମାରିଥିବା ବି ପୋଲିସ କହିଛି।

ପୋଲିସର କହିବା ଅନୁଯାୟୀ, ପୀଡ଼ିତ ଜଣଙ୍କ ନିଜର ଜଣେ ବନ୍ଧୁଙ୍କୁ ସାକ୍ଷାତ କରିବାକୁ ରବିବାର ଦିନ ଥାନେ ଆସିଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କ ସହ ପୀଡ଼ିତଙ୍କର ମଧ୍ୟ ସମ୍ପର୍କ ଥିଲା ବୋଲି ଧୋଲେ କହିଛନ୍ତି। ପୀଡ଼ିତ ମଙ୍ଗଳବାର ଥାନାରେ ଏନେଇ ଏତଲା ଦେବା ପରେ ମାମଲା ଲୋକ ଲୋଚନକୁ ଆସିଥିଲା।

   Related Posts