ଆକ୍ସନ ମୋଡ୍ରେ ସୋନପୁର ପୋଲିସ, ବେଆଇନ କଫ୍ ସିରପ୍ କାରବାର ବେଳେ ୩ ଗିରଫ
5/01/2020 at 2:46 PM

ସୋନପୁର ୫।୧: ପଶ୍ଚିମ ଓଡିଶାରେ ଚାଲିଥିବା ବେଆଇନ କଫ୍ ସିରପ୍ କାରବାର ଉପରେ ନ୍ୟୁଜ୍ ସେଭେନର ଷ୍ଟିଙ୍ଗ୍ ଅପରେସନ ପରେ ଆକ୍ସନ ମୋଡ୍କୁ ଆସିଛି ସୋନପୁର ପୋଲିସ । ଆଜି ସହରର ବିଭନ୍ନ ସ୍ଥାନରେ ଚଢଉ କରି ୩ ଜଣଙ୍କୁ ବେଆଇନ କଫ୍ ସିରପ୍ କାରବାର କରୁଥିବା ଅଭିଯୋଗରେ ଗିରଫ କରିଛି ପୋଲିସ ।

ଗିରଫ ୩ ଜଣ ସୋନପୁର ସହର ନରସିଂହ ବୁଡେକ, କହ୍ନେହି ଉର୍ଗେ ଏବଂ ଧୃବ ମହଲା । ସେମାନଙ୍କ ନିକଟରୁ ୧୦ବୋତଲ କଫ୍ ସିରପ୍, ୬ଶହ ଟଙ୍କା, ୩ଟି ଷ୍ଟ୍ରିପ୍ ଟାବଲେଟ୍, କଫ୍ ସିରପ୍ ଭର୍ତ୍ତି ଦୁଇଟି ଜାର୍ ଜବତ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିବ ବୋଲି ସୋନପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
Related Posts
ଆଜି ଓ କାଲି କିଛି ସ୍ଥାନରେ ବର୍ଷା ସମ୍ଭାବନା, ଖସିବ ପାରଦ, ବଢିବ ଶୀତ
28 January 2021
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021