ସେକ୍ସ ରାକେଟ୍‌ର ହେଲା ପର୍ଦ୍ଦାଫାଶ, WhatsApp ମାଧ୍ୟମରେ ଗ୍ରାହକଙ୍କୁ ପଠାଯାଉଥିଲା ଯୁବତୀଙ୍କ ଫଟୋ

Published By : Prameya-News7 Bureau | November 16, 2019 IST

ପାଟନା ୧୬।୧୧: ପାଟନାରେ ପୁଣି ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି । ପାଟନା ପୋଲିସ ପତ୍ରକାରନଗର ଅଞ୍ଚଳରେ ଚାଲିଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛି ।

ସୂଚନାଯୋଗ୍ୟ ଯେ, ପାଟନା ପତ୍ରକାରନଗର ଅଞ୍ଚଳରେ କିଛି ଦିନ ହେବ ସେକ୍ସ ରାକେଟ୍‌ ଚାଲିଥିଲା । ଏ ନେଇ ପୋଲିସକୁ ସୂଚନା ମିଳିଥିଲା । ସୂଚନା ମିଳିବା ପରେ ରାମକୃଷ୍ଣାନଗର ଥାନା ପୋଲିସ ସଂପୃକ୍ତ ଅଞ୍ଚଳରେ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ଦୁଇ ଜଣ ଯୁବକଙ୍କ ସହ ସେକ୍ସ ରାକେଟ୍‌ ଚଲାଇଥିବା କିଙ୍ଗପିନକୁ ମଧ୍ୟ ଗିରଫ କରିଛି । ଯୁବତୀମାନଙ୍କୁ ସେଠାରୁ ଉଦ୍ଧାର କରିଛି ପୋଲିସ ।

ସେମାନଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ଏଠାରେ ଚାଲିଥିବା ରାକେଟ୍‌ ପୁରା ହ୍ବାଟସଆପ୍ ମାଧ୍ୟମରେ ହେଉଥିଲା । ହ୍ବାଟସଆପ୍ ମାଧ୍ୟମରେ ଯୁବତୀମାନଙ୍କର ଅଶ୍ଳୀଳ ଫଟୋ ଗ୍ରାହକମାନଙ୍କୁ ପଠାଯାଉଥିଲା । ଗ୍ରାହକମାନେ ଯୁବତୀଙ୍କୁ ପସନ୍ଦ କଲା ପରେ ମୁଲଚାଲ କରାଯାଉଥିଲା । ଏହାପରେ ଗ୍ରାହକମାନଙ୍କୁ ସେଠାକୁ ଡକାଯାଉଥିଲା ।

ଏହିଭଳି ଭାବରେ ଏହି ରାକେଟ୍‌ର ଚାଲିଥିବା ନେଇ ଗିରଫ କିଙ୍ଗପିନ୍ ପୋଲିସ ଆଗରେ ସ୍ପଷ୍ଟ କରିଛନ୍ତି । ଏହି ରାକେଟ୍‌ରେ ଅନ୍ୟ କାହାର ସଂପୃକ୍ତି ଅଛି ସେ ନେଇ ପୋଲିସ ଅଧିକ ଖୋଳତାଡ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.