ପରକୀୟା ପ୍ରୀତି ଯାଜପୁରରେ ହୋଟେଲ ମାଲିକଙ୍କୁ କରାଯାଇଥିଲା ହତ୍ୟା, ଜଣେ ମହିଳାଙ୍କ ସମେତ ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 03, 2019 IST

ଯାଜପୁର ୩|୮: ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ହୋଟେଲ ମାଲିକ ରବୀନ୍ଦ୍ର ସାହୁ ହତ୍ୟାକାଣ୍ଡ ମାମଲାରେ ପାଣିକୋଇଲି ପୋଲିସ ଦ୍ବାରା ଜଣେ ମହିଳା ସମେତ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପରକୀୟା ପ୍ରୀତି ଓ ପାରିବାରିକ କଳହକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ମାସ ୭ ତାରିଖ ଦିନ କ୍ଷତାକ୍ତ ଅବସ୍ଥାରେ ମିଳିଥିଲା ରବୀନ୍ଦ୍ରଙ୍କ ମୃତଦେହ। ପାଣିକୋଇଲି ବଜାରରେ ଗଳା କାଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ରବୀନ୍ଦ୍ର କରିଥିବା ନିଜର ଏକ ହୋଟେଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିଲା ଉଲଗ୍ନ ମୃତଦେହ । ହତ୍ୟାକାଣ୍ଡ ସ୍ଥାନରୁ ଏକ ଛୁରୀ ସହିତ ରବୀନ୍ଦ୍ରଙ୍କ ପୋଷାକ ଜବତ କରିଥିଲା ପୋଲିସ । ତେବେ ଆଜି ଜଣେ ମହିଳା ସମେତ ୩ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.