୩ ନକଲି ମାଓବାଦୀ ଗିରଫ, ନଗଦ ଟଙ୍କା ସହ ମୋବାଇଲ ଓ ବାଇକ୍ ଜବତ

Published By : Prameya-News7 Bureau | July 14, 2019 IST

ବରଗଡ ୧୪|୭: ବରଗଡ଼ ଜିଲ୍ଲାରେ ବିଭିନ୍ନ ସମୟରେ ମାଓ ସଂଗଠନ ନାଁରେ ବେଆଇନ ଭାବେ ଠିକାଦାର, ବ୍ୟବସାୟୀ ଓ ସରକାରୀ ଅଫିସର ତଥା ବନ ବିଭାଗର ଅଧିକାରୀଙ୍କଠାରୁ ଚାନ୍ଦା ଆଦାୟ କରୁଥିବା ୩ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଛି ଭଟଲି ପୋଲିସ । ସେମାନଙ୍କ ଠାରୁ ନଗଦ ୧ଲକ୍ଷ ୬୫ ହଜାର ଟଙ୍କା, ୩ ଟି ମୋବାଇଲ ଓ ଦୁଇଟି ବାଇକ୍ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଭଟଲି ଥାନା ଅନ୍ତର୍ଗତ ଗାଧପଡା ଦୋଳଗୋବିନ୍ଦ ସାହୁ ଓ ବଳରାମ ସାହୁ ଅନ୍ୟ ଜଣେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ତେରଗାଁର ବଟକୃଷ୍ଣ ସେଠି ।

{"id":133495}

ବଟକୃଷ୍ଣ ସମ୍ବଲପୁର ଡେପୁଟି ରେଞ୍ଜର ଭାବରେ କାର୍ଯ୍ୟରତ ଥିବା ବେଳେ ୩ଜଣ ଜଂଗଲରେ ରହି ମାଓ ଏମାନେ ୨୦୧୪ ରୁ ଏପରି ଚାନ୍ଦା ଆଦାୟ କରୁଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ବୋଲି ବରଗଡ଼ ଏସପି ମୁକେଶ କୁମାର ଭମୋ କହିଛନ୍ତି । ତେବେ ଏନେଇ ଅଶୋକ ଦାସ ନାମକ ଜଣେ ଠିକାଦାରଙ୍କଠାରୁ ୩ଥର ଟଙ୍କା ମାଗିବାପରେ ଗତକାଲି ମାମଲା ଭଟଲି ଥାନାରେ ଯାଇ ପହଂଚିଥିଲା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.