Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶିକ୍ଷା ବୃତ୍ତି ନାଁ ରେ ହଜାର ହଜାର ଟଙ୍କା ଠକେଇ : ୩ ଗିରଫ, ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୋଲିସ

2/05/2019 at 9:29 PM

ଭବାନୀପାଟଣା୨|୫: ଛାତ୍ର ଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ଲୋଭ ଦେଖାଇ ଠକେଇ ।  ଡିସେମ୍ବର ମାସରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରୁ ପଞ୍ଛି ଏଜୁକେସନାଲ ଚେରିଟେବୁଲ ଟ୍ରଷ୍ଟ ନାଁ ରେ ଏକ ସଂସ୍ଥା ଛାତ୍ର ଛାତ୍ରୀ ପିଛା ୩୦୦ ଟଙ୍କା ଆଦାୟ କରିଆସୁଥିଲା । ଲୋକଙ୍କ ଅଭିଯୋଗ ପରେ କେସିଙ୍ଗା ପୋଲିସ ଟ୍ରଷ୍ଟର ୩ କର୍ମଚାରୀଙ୍କୁ ଗିରଫ କରିଛି । ଅଧିକ ତଦନ୍ତ ଚଳାଇବା ସହ ମାଷ୍ଟରମାଇଣ୍ଡକୁ ଖୋଜୁଛି ।

ସୂଚନାଯୋଗ୍ୟ ଯେ, ପଞ୍ଛି ଏଜୁକେସନାଲ ଟ୍ରଷ୍ଟ ଛାତ୍ର ଛାତ୍ରୀଙ୍କୁ ବୃତ୍ତି ସହାୟତା ଆଶା ଦେଖାଇ ଜଣକ ପିଛା ୩୦୦ ଟଙ୍କା ଆଦାୟ ଜାରି ରଖିଥିଲା । ଗତ ଡିସେମ୍ବର ମାସରୁ ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଠକେଇ ଜାରୀ ରଖିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସଂସ୍ଥା କେସିଙ୍ଗା ଥାନା ଅନ୍ତର୍ଗତ ବଗାଡଠାରେ କାର୍ଯ୍ୟାଳୟ ଖୋଲି ଟଙ୍କା ଆଦାୟ କରୁଥିବାବେଳେ ଏ ନେଇ ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେଇଥିଲେ ।

କେସିଙ୍ଗା ପୋଲିସର ଚଢାଉ ବଳେ ସଂସ୍ଥାରୁ ନଗଦ ୭୫୦୦ ଟଙ୍କା ତଥା ଛାତ୍ର ଛାତ୍ରୀଙ୍କ  ପଞ୍ଜିକରଣ ରେଜିଷ୍ଟାର ଜବତ କରିଛି । ଯେଉଁଥିରେ ପାଖାପାଖି ୭ ହଜାର ଛାତ୍ର ଛାତ୍ରୀ ପଞ୍ଜିକୃତ ହୋଇଥିବା ଜଣାପଡିଛି । ଏହି ମାମଲା ରେ ତିନ କର୍ମଚାରୀ- ଟ୍ରଷ୍ଟ ସମ୍ପାଦକ ବବରୁ ବହାନ , ପରମେଶ୍ବର ଓ ମାନସରଂଜନଙ୍କୁ ପୋଲିସ ଗିରଫ କରି ତଦନ୍ତ ଜାରୀ ରଖିଛି ।

ଚିଟଫଣ୍ଡ ଠକେଇ ପରେ ବି ସାଧାରଣ ଲୋକ ଘରୋଇ ସଂସ୍ଥାଙ୍କ ଚାଲରେ ଫଶିଯାଉଛନ୍ତି । ଲାଭ ଆଶାରେ  ଠକେଇ ଶୀକାର ହୋଇ ଆସୁଛନ୍ତି । ଗିରଫ ତିନି ଜଣ ପଞ୍ଛି ଏଜୁକେସନାଲ ଟ୍ରଷ୍ଟ ର ତଳିଆ ମୋହରା ।ହଲେ ବର୍ତମାନ ବି ମାଷ୍ଟର ମାଇଣ୍ଡ ପାଖରେ ପୋଲିସ ପହଂଚିବାର ଆବଶ୍ୟକତା ରହିଛି । ତଦନ୍ତ ପରେ ସ୍ପଷ୍ଟ ହେବ କଳାହାଣ୍ଡି ଜିଲ୍ଲାର କେଉଁ କେଉଁ ଆଚଂଳରୁ ଠକେଇ ହୋଇଛି । ଏବଂ ଠକେଇ ଶିକାରଙ୍କ ସଂଖ୍ୟା କତେ ।

   Related Posts