Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବିପୁଳ ପରିମାଣର ବ୍ରାଉନସୁଗାର ଜବତ : ୩ ଗିରଫ

14/07/2021 at 1:25 PM

ଜଳେଶ୍ବର ୧୪।୭: ବାଲେଶ୍ଵର ଜିଲ୍ଲା ବସ୍ତା ଏବଂ ଜଳେଶ୍ଵର ଥାନା ଅଞ୍ଚଳରୁ ଏସଟିଏଫ ଦ୍ବାରା ଚାଲନ୍ତି ଏବଂ ଗୁଡିଖାଳରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ।  ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ଅଟୋ ଏବଂ ନଗଦ ଟଙ୍କା ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଉକ୍ତ ଅଞ୍ଚଳରେ ବ୍ରାଉନ ସୁଗାର କାରବାର ବୃଦ୍ଧି ପାଇଚାଲିଥିବା ବେଳେ ଏସଟିଏଫ ତୀକ୍ଷ୍ଣ ନଜର ରଖିଆସୁଥିଲା । ତେବେ ସକାଳ ସମୟରେ ଏସଟିଏଫ ଜଳେଶ୍ଵର ଥାନା ଚାଲନ୍ତି ଅଞ୍ଚଳରେ ଚଢ଼ାଉ କରି ବ୍ରାଉନସୁଗାର ସହ ଜଣେ ବେପାରୀକୁ ଗିରଫ କରିଛି। ତାକୁ ଆଧାର କରି ବସ୍ତା ଥାନା ଗୁଡିଖାଳ ରାଜପଥ ଉପରୁ ଆଉ ଦୁଇଟି ଅଟୋ ସହ ଚାଳକ ଏବଂ ନଗଦ ଟଙ୍କା ଜବତ କରିଛି ବିଭାଗ। ତେବେ ଚଢ଼ାଉରେ ଜାତୀୟ ରାଜପଥର ପାଟ୍ରୋଲିଂ ଭ୍ୟାନ୍ ସହାୟତା କ୍ରମେ ଏସଟିଏଫ ତିନି ଜଣଙ୍କୁ ଗିରଫ କରିବା ସହିତ ବିପୁଳ ପରିମାଣର ବ୍ରାଉନସୁଗାର, ଦୁଇଟି ଅଟୋ, ନଗଦ ଟଙ୍କା ଜବତ କରିବାରେ ସଫଳ ହୋଇଛି।

   Related Posts