Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

24/05/2021 at 4:36 PM

ଭଦ୍ରକ ୨୪।୫: ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦ୍ବାରା ୨୮୦ ଗ୍ରାମ୍ ବ୍ରାଉନ ସୁଗାର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୩ଜଣକୁ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ରବିବାର ଗ୍ରାମାଞ୍ଚଳ ଥାନା ଅଧିକାରୀ ଓ ତାଙ୍କ ଟିମ୍ ଚରମ୍ପାଠାରେ ଏନଫୋର୍ସମେଣ୍ଟ କାର୍ଯ୍ୟରେ ଥିବାବେଳେ ବାଲେଶ୍ବରରୁ ଭଦ୍ରକ ଅଭିମୁଖେ ଏକ ସ୍କୁଟି ଯୋଗେ ୩ ଜଣ ଆସୁଥିଲେ । ଥାନା ଅଧିକାରୀ ସେମାନଙ୍କୁ ସନ୍ଦେହଜନକ ଅବସ୍ଥାରେ ଅଟକାଇ ତଲାସି କରିବା ପରେ ସେମାନଙ୍କ ନିକଟରେ ୨୮୦ ଗ୍ରାମ୍ ବ୍ରାଉନସୁଗାର ଓ ମାରଣାସ୍ତ୍ର ଥିବା ଦେଖି ଥାନାକୁ ନେଇଥିଲେ । ପରେ ସେମାନେ ବେଆଇନ ବ୍ରାଉନ ସୁଗାର କାରବାର ପାଇଁ ଭଦ୍ରକ ଆସିଥିବା ଜାଣିବା ପରେ ସେମାନଙ୍କୁ ଗିରଫ କରିଥିଲେ । ଗିରଫ ବ୍ୟକ୍ତି ହେଲେ ଅପର୍ତ୍ତିବିନ୍ଧା ମିର ସାହିର ସେକ୍ ଇମ୍ରାନ, ଆସ୍ଥଳର ମହେଶ ରାଉତ ଓ ନରସିଂହପୁରର ଫକୀର ମୋହନ ଜେନା । ଏମାନଙ୍କ ନିକଟରୁ ୨୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଓ ମାରଣାସ୍ତ୍ର ଜବତ କରାଯାଇଛି । ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

   Related Posts