ଫାଣ୍ଡି ଅଧିକାରୀଙ୍କୁ ତୀରମାଡ ଘଟଣା : ମଦ ମାଫିଆଙ୍କ ସମେତ ୩ ଗିରଫ

Published By : Prameya-News7 Bureau | January 06, 2021 IST

ରାଉରକେଲା ୬।୧: ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ଅଧିକାରୀଙ୍କୁ ତୀରମାଡ ଘଟଣାରେ ୩ ଗିରଫ । ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଲହୁଣୀପଡା ପୋଲିସ । ଗିରଫଙ୍କ ମଧ୍ୟରେ ଅଛନ୍ତି ମଦ ମାଫିଆ ରୋୟା ମୁଣ୍ଡା ଏବଂ ତା ସହଯୋଗୀ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଚୋରା ମଦ କାରବାର ଉପରେ ଚଢାଉ କରିବାକୁ ଯାଇଥିବା ବେଳେ ଟେନସା ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରାଙ୍କ ଉପରକୁ ତୀର ମାଡ କରିଥିଲେ ମଦ ମାଫିଆ । ଗୋଟିଏ ତୀର ତାଙ୍କ ପେଟରେ ପଶି ଯାଇଥିଲା । ଗୁରୁତର ଅବସ୍ଥାରେ ଫାଣ୍ଡି ଅଧିକାରୀଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ଅପରେସନ ପରେ ତାଙ୍କ ଦେହରୁ ତୀର ବାହାର କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ମଙ୍ଗଳବାର ଅପରାହ୍ନରେ ୪ ଜଣ ସହକର୍ମୀଙ୍କ ସହ ଫାଣ୍ଡି ଅଧିକାରୀ ଟେନସା ଜିରୋ ପଏଣ୍ଟ ବସ୍ତିକୁ ଯାଇଥିଲେ । ଦେଶୀ ଚୋରା ମଦ କାରବାର ବନ୍ଦ କରିବାକୁ ଚେତାବନୀ ଦେଇଥିଲେ । କିଛି ମଦ ମାଫିଆଙ୍କ ସହ ଫାଣ୍ଡି ଅଧିକାରୀଙ୍କ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମଦ ମାଫିଆ ରୋୟା ମୁଣ୍ଡା ଓ ତା ସହଯୋଗୀ ଫାଣ୍ଡି ଅଧିକାରୀ ଅଶୋକ ବେହେରାଙ୍କୁ ତୀର ମାରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.