କାର୍‌ର ଗ୍ୟାସ୍ ସିଲିଣ୍ଡରରେ ଗଞ୍ଜେଇ ଚାଲାଣ : ୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

Published By : Prameya-News7 Bureau | March 07, 2020 IST

ଲମତାପୁଟ ୭।୩: କୋରାପୁଟରୁ ଦିଲ୍ଲୀ ଗଞ୍ଜେଇ ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛି । ଅଭିନବ ଉପାୟରେ କାର୍ ପଛପଟ ଗ୍ୟାସ୍ ସିଲିଣ୍ଡର ଭିତରେ, ସିଟ୍ ଭିତରେ ଏବଂ ଗାଡିର ପଛ ବମ୍ପରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ।

{"id":234155,"sizeSlug":"large"}

ଏହି କାରକୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଉଛନ୍ତି ଅଭିଶେକ ଗୁପ୍ତା, ମନିଷ ରାଜ ଏବଂ ମୁକେଶ ବିଶ୍ଵକର୍ମା ।  ଏହି ୩ଜଣଙ୍କ ଘର ଦିଲ୍ଲୀ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି ।  ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩ଲକ୍ଷ  ଟଙ୍କା ହେବ । 

{"id":234156,"sizeSlug":"large"}

କାଙ୍ଗ୍ରାପଡା ଛକ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ମାଛକୁଣ୍ଡ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ମାରୁତି କାରକୁ ଅଟକାଇଥିଲା ମାଛକୁଣ୍ଡ ଲମତାପୁଟ ପୋଲିସ । କାର୍ ଯାଞ୍ଚ କରିବା ବେଳେ ଏଥିରେ ବିପୁଳ ପରିମାଣ ରେ ଗଞ୍ଜେଇ ଥିବା ଜଣାପଡିଥିଲା । ପୋଲିସ ଗାଡି ଜବତ କରିବା ସହ ୩ ଯୁବକଙ୍କୁ ଗିରଫ କରିଛି । ଗଞ୍ଜେଇ ଚାଲାଣରେ ସ୍ଥାନୀୟ ଯୁବକଙ୍କ ସଂପୃକ୍ତି ଥିବା ଜଣାପଡିଛି । ଗିରଫ ଯୁବକଙ୍କୁ  ଆଜି କୋର୍ଟ ଚାଲାଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.