କନ୍ଧମାଳରେ ବଢୁଛି ସଂକ୍ରମଣ, ଫୁଲବାଣୀ ସହରର ୩ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌

Published By : Prameya-News7 Bureau | April 03, 2021 IST

କନ୍ଧମାଳ ୦୩।୦୪: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ରାଜ୍ୟର ସବୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ରୋକିବାକୁ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଫୁଲବାଣୀ ସହରରୁ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଡାକପାଲା , ମାଷ୍ଟ୍ରପଡ଼ା ଓ କେନ୍ଦୁପଦରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ।

ଖବର ଅନୁଯାୟୀ, ଗତ ୨୪ଘଣ୍ଟାରେ ରାଜ୍ୟରେ ୪୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫୁଲବାଣୀ ସହରର ଡାକପାଲା ଅଞ୍ଚଳରୁ ୧୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମାଷ୍ଟ୍ରପଡ଼ା ଓ କେନ୍ଦୁପଦରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଏହି ସମୟ ଭିତରେ ସମସ୍ତ କଟକଣା ମାନିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଯଦି କେହି ନିୟମ ନମାନିବେ , ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.