Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||

‘ୟାସ୍‌’ ପ୍ରଭାବରେ ବର୍ଷା : କାନ୍ଥ ଭୁଶୁଡି ନାବାଳିକା ଗୁରୁତର, ୨ ଶିଶୁ ଆହତ

27/05/2021 at 7:52 AM

କରଞ୍ଜିଆ ୨୭।୦୫ : ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଟଙ୍ଗାବିଲା ସୁନାମୁହିଁ ଗାଁରେ ଅଘଟଣ ଘଟିଛି । ଗାଁର ଏକ ଘରର କାନ୍ଥ ଭୁଶୁଡି ଜଣେ ନାବାଳିକା ସମେତ ୨ଜଣ ଶିଶୁ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବୁଧବାର ଦିନ କିଛି ଜିଲ୍ଲାରେ ବାତ୍ୟା ୟାସ୍‌ର ତାଣ୍ଡବ ପରେ ମୟୁରଭଞ୍ଜ ଜିଲ୍ଲାରେ ପ୍ରବେଶ କରିଥିଲା । ଯାହାର ପ୍ରଭାବ ଏବେ ଦେଖିବାକୁ ମିଳିଛି । ବୁଧବାର ଠାରୁ ମୟୁରଭଞ୍ଜର କିଛି ଅଞ୍ଚଳରେ ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ଲାଗିରହିଛି । ତେବେ ୟାସ୍‌ ପ୍ରଭାବରେ ଘଟିଛି ଏକ ଘଟଣା । ଲଗାଣ ବର୍ଷା ଯୋଗୁଁ ଏକ ଘର କାନ୍ଥ ଭୁଶୁଡିଛି । ଘର ଭିତରେ ୩ଜଣ ଖେଳୁଥିବା ବେଳେ କାନ୍ଥ ଭୁଶୁଡିଛି । ଯାହାଫଳରେ ଜଣେ ନାବାଳିକା ଗୁରୁତର ହୋଇଥିବା ବେଳେ ୨ଜଣ ଶିଶୁ ଆହତ ହୋଇଛନ୍ତି । ସେମାନଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ଯଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

   Related Posts