ଅନୈତିକ ସଂପର୍କକୁ ବିରୋଧ କରିବାରୁ ହତ୍ୟା, ୩ ଅଭିଯୁକ୍ତ ଗିରଫ
6/01/2021 at 3:35 PM

ବୌଦ୍ଧ ୬।୧: ବୌଦ୍ଧ ଥାନା କଚେରୀ ଛକ ନିକଟରେ ଗତ ୩ ତାରିଖରେ ହୋଇଥିବା ଅଗସ୍ତି ମହାକୁଡ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବୌଦ୍ଧ ପୋଲିସ । ବୌଦ୍ଧ ଏସପି ଭି.ରଘୁନାଥ ରାଓ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି । ତେବେ ଅଗସ୍ତି ମହାକୁଡ ହତ୍ୟାକାଣ୍ଡରେ ଜଣେ ମହିଳାଙ୍କ ସହ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହଲେ ସାନବାଗବର ଗାଁର ବିନୋଦ ବହେରା, କଂଟୁଆଣିର ବେଲାଲ ମହାକୁଡ ଏବଂ ରାଜନପାଲିର ବନୀତା ବିଶି ।
ଏସପିଙ୍କ ସୂଚନା ଅନୁସାରେ ବନୀତା ବିଶିଙ୍କ ସହ ବିନୋଦର ଅନୈତିକ ସଂପର୍କ ରହିଥିଲା । ଏହାକୁ ବିରୋଧ କରି ଅଗସ୍ତି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି । ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବରେ ଅଗସ୍ତିଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ଏହି ଘଟଣାରେ ପୋଲିସ କେସ୍ ନମ୍ବର ତା-୫-୧-୨୦୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ ୩୦୨, ୨୦୧ଦଫା ଲଗାଇ କୋର୍ଟ ଚାଲାଣ କରିଛି ।