Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ହ୍ବାଟସଅପ୍ ଗ୍ରୁପରେ ଅଶ୍ଳୀଳ ଭିଡିଓ ପୋଷ୍ଟ କରିବା ଅଭିଯୋଗରେ ଗ୍ରୁପ ଆଡମିନ୍ ସମେତ ୩ ଗିରଫ…

10/10/2019 at 2:32 PM

ବାରାନ୧୦|୧୦: ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ପୋଷ୍ଟ କରିବା ଅଭିଯୋଗରେ ହ୍ବାଟସଅପ୍‌ ଗ୍ରୁପର ଆଡିମିନ୍‌ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ବିହାରର ନାଲନ୍ଦା ଜିଲ୍ଲାର ରାଜଗୀର ଅଞ୍ଚଳରେ ସାତ ଜଣ ଯୁବକ ଏହି ଅଶ୍ଳୀଳ ଭିଡିଓକୁ ପ୍ରଥମେ ପୋଷ୍ଟ କରିଥିବା କଥା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗିରଫମାନେ ରାଜସ୍ଥାନର ବାରାନ ଜିଲ୍ଲାର ମଙ୍ଗରୋଲ ଅଞ୍ଚଳର ବୋଲି ଜଣାପଡିଛି ।

ତେବେ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ବେଳର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାରେ ପୂର୍ବରୁ ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଏମିତିକି ଅଭିଯୁକ୍ତଙ୍କ ଗିରଫ ଦାବିରେ ବିହାରର ରାଜଗୀର ଅଞ୍ଚଳର ଲୋକମାନେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଏହି ମାମଲାରେ ପୁଣି ୩ ଜଣଙ୍କୁ ପୋଲିସ ଗିରଫ କରିଛି।

ସୂଚାନଯୋଗ୍ୟ ଯେ, କିଛିଦିନ ତଳେ ବିହାରର ନାଲନ୍ଦା ଜିଲ୍ଲାର ରାଜଗୀର ଅଞ୍ଚଳରେ ଜଣେ ଯୁବତୀଙ୍କ ସହ ସାତ ଦୁର୍ବୃତ୍ତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କେଉଁ ଗ୍ରୁପରୁ ଏହି ଭିଡିଓଟି ଅଧିକ ମାତ୍ରାରେ ଶେୟାର ହୋଇଛି ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା।  ଡିଏସପି ରବିଙ୍କ କହିବା ଅନୁସାରେ ଭୈରପୁରା ଅଞ୍ଚଳର ଉଧମ ସିଂହ ମିଣା ଯେଉଁ ହ୍ବାଟସଅପ୍‌ ଗ୍ରୁପର ଆଡିମିନ୍‌ ଥିଲେ ସେହି ଗ୍ରୁପରୁ ଅଧିକା ମାତ୍ରାରେ ଏହି ଭିଡିଓ ଶେୟାର ହୋଇଥିଲା। ଉଧମ ସିଂହ ମିଣା ସମେତ ନାହରଗଢ଼ର ଗଜୋଡ ଗୁର୍ଜର ଓ ମହୋଦରୀ ଅଞ୍ଚଳର ପ୍ରତାପ ଗୁର୍ଜରଙ୍କୁ ପୋଲିସ ଗିରଫ କରାଯାଇଛି।

   Related Posts