ଯୁବତୀଙ୍କୁ ଛୁରୀ ଦେଖାଇ ଅପହରଣ କରି ଗଣଦୁଷ୍କର୍ମ : ୩ଗିରଫ

Published By : Prameya-News7 Bureau | October 20, 2020 IST

କିଶାନଗଞ୍ଜ ୨୦/୧୦: ବିହାରରେ ୧୯ବର୍ଷର ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ଯୁବତୀ ଘାସ କାଟିବାକୁ ଯାଇଥିବାବେଳେ ଗାଁର ୩ଜଣ ଯୁବକ ତାଙ୍କୁ ଛୁରୀ ଦେଖାଇ ଗାଡ଼ିରେ ବସାଇଥିଲେ ଏବଂ ଶୁନଶାନ ସ୍ଥାନକୁ ନେଇ ଯାଇଥିଲେ। ଏହା ପରେ ତାଙ୍କ ସହ ଜଣେ ଜଣେ କରି ୩ଜଣ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ପୋଲିସ୍ ନିକଟରେ ମାମଲା ରୁଜୁ କରିଛନ୍ତି। ପୋଲିସ୍ ୩ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଛି।

ମାମଲାଟି କିଶାନଗଞ୍ଜର ଟାଉନ୍ ଥାନା ଅଞ୍ଚଳର। ରବିବାର ସକାଳେ ଗାଁର ହିଁ ଯୁବକ ଅନିକୁଲ ମାଉସୀ ପୁଅ ଭାଇ ଡାଲୁ ଅଲୀ ଏବଂ ଦାଦା ପୁଅ ଭାଇ ସୋଏବ ସହ ମିଶି ଯୁବତୀଙ୍କୁ ଛୁରୀ ଦେଖାଇ ଗାଡ଼ିରେ ବସାଇ ଦେଇଥିଲେ। ଏହା ପରେ ଶୁନଶାନ ସ୍ଥାନକୁ ନେଇଯାଇ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଘଟଣାର ସୂଚନା ମିଳିବା ମାତ୍ରେ ଏସପି ତୁରନ୍ତ ଏସଆଇଟି ଗଠନ କରିଥିଲେ।

ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅନେକ ସ୍ଥାନରେ ଚଢ଼ାଉ କରିଥିଲା। ମୋବାଇଲ୍ ସର୍ଭିଲାନ୍ସ ଆଧାରରେ ଅଭିଯୁକ୍ତଙ୍କୁ ସୋମବାର ସକାଳ ୩ଟାରେ ସେମାନଙ୍କ ଘରୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ପୀଡ଼ିତା ଯୁବତୀଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି।

ପୀଡ଼ିତା ଯୁବତୀ ନିଜ ବୟାନରେ ପୋଲିସକୁ କହିଛନ୍ତି ଯେ ସେ ଅଭିଯୁକ୍ତଙ୍କ ଘରକୁ ଯିବା ଆସିବା କରୁଥିଲେ। ସେ ଅଭିଯୁକ୍ତ ମହମ୍ମଦ ଅନିକୁଲ ବାପା ଶମସୁଲ ହକଙ୍କ ଘରେ ଆକାଉଣ୍ଟ ଖୋଲିବା ଏବଂ ଅନ୍ୟ କାମରେ ଅନିକୁଳଙ୍କ ଦୋକାନକୁ ଯାଉଥିଲେ। ରବିବାର ସକାଳେ ସେ ଘାସ କାଟିବାକୁ ପାଖ ଗାଁକୁ ଯାଇଥିଲେ। ସେହି ସମୟରେ ଅନିକୁଲ ଗାଡ଼ି ନେଇ ଆସିଥିଲା। ତା ସହିତ ମାଉସୀ ପୁଅ ଭାଇ ଏବଂ ଦାଦା ପୁଅ ଭାଇ ମଧ୍ୟ ଥିଲେ। ସେମାନେ ତାଙ୍କୁ ଛୁରୀ ଦେଖାଇ ଗାଡ଼ିରେ ବସାଇଥିଲେ ଏବଂ ଶୁନଶାନ ସ୍ଥାନକୁ ନେଇ ଯାଇ ଗଣଦୁଷ୍କର୍ମ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.