ଯୁବକଙ୍କୁ ଗୁଳି କରି ମୃତଦେହ ଫିଙ୍ଗି ଦେଇଥିଲେ ଇବ୍ ନଦୀରେ : ବାପା-ପୁଅଙ୍କ ସମେତ ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 22, 2021 IST

ଝାରସୁଗୁଡା ୨୨।୧୦: ଇବ୍ ନଦୀପଠା ନିକଟରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାସ କରିଛି ଝାରସୁଗୁଡା ପୋଲିସ । ଏହି ଘଟଣାରେ ବାପା ଓ ପୁଅ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଝାଡଖଣ୍ଡ ଅଂଚଳରୁ ଆସି ବ୍ରଜରାଜନଗର କାଳୀନଗରଠାରେ ଏକ ଭଡା ଘରେ ରହି ମଦ ବ୍ୟବସାୟ କରୁଥିବା ପଙ୍କଜ କୁମାର ଏବଂ ତାଙ୍କ ସହଯୋଗୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତା କାରଣରୁ ବୁଧବାର ରାତିରେ କାଳୀନଗର ନିକଟରେ ଅତି ନିକଟରୁ ଗୁଳି ମାରି ହତ୍ୟା କରିଥିଲେ । ମୃତଦେହକୁ ଏକ ବାଇକରେ ବସାଇ ଆଣି ଇବ୍ ନଦୀ ନିକଟରେ ଫିଙ୍ଗି ଦେଇ ପଳାଇଥିଲେ ।

ଘଟଣାସ୍ଥଳରେ ଏସପିଙ୍କ ସମେତ ଝାରସୁଗୁଡା ସଦର ଥାନା ପୋଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରିବା ପରେ ଏହି ଘଟଣାରେ ସାମିଲ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ ସହ ଗୋଟିଏ ଜୀବନ୍ତ ଗୁଳି ଜବତ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମୀନକେତନ ବେହେରା, ବାଦଲ ବେହେରା ଓ ପୂର୍ଣ୍ଣ ଚନ୍ଦ୍ର ନାଏକ ରହିଛନ୍ତି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.