Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ପୋଲିସ କବ୍‌ଜାରେ ଚୋର ଗ୍ୟାଙ୍ଗ୍ : ୩ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

12/01/2021 at 2:52 PM

ନିମାପଡା ୧୨।୧: ପୁରୀ ଜିଲ୍ଲା ବଳଙ୍ଗା ଥାନା ପୋଲିସ ଏକ ପେଷାଦାର ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଗତ କିଛି ଦିନ ତଳେ ପିପିଲି ଓ ବଳଙ୍ଗା ଅଞ୍ଚଳର ଏକାଧିକ ଘର ଏବଂ ଦୋକାନରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଲଗାତାର ଭାବେ ବୃଦ୍ଧି ପାଉଥିବା ଚୋରି ଘଟଣାକୁ ନେଇ SDPO ଦେବଦତ୍ତ ବରାଳଙ୍କ ନେତୃତ୍ବରେ ଏବଂ ବଳଙ୍ଗା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟଙ୍କ ତଦାରଖରେ ଏକ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲେ । ବିଳମ୍ବରେ ହେଉ ମଧ୍ୟ ବଳଙ୍ଗା ପୋଲିସ ଏହି ପେଷାଦାର ଚୋର ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରିବା ସହ ଚୋରୀ ହୋଇଥିବା ସାମଗ୍ରୀ ସହ ୬୬ ହଜାର ଟଙ୍କା ଜବତ କରିଛି ।

ଜବତ ହୋଇଥିବା ଜିନିଷ ମଧ୍ୟରେ ସୁନା ଚେନ୍, ମୁଦି, LED, କମ୍ପୁଟର, ୭୦ଟି ମୋବାଇଲ, ସ୍ପିକର, ସେଟ୍ ଅପ୍ ବକ୍ସ, ମାଛଜାଲ ଏବଂ ଘର ଭାଙ୍ଗିବାରେ ବ୍ୟବହୃତ ହୋଇଥିବା ହାତ ହତିଆର ରହିଥିଲା । ଗିରଫ ଅପରାଧୀମାନେ ହେଲେ ଜଗନ୍ନାଥ ସାହୁ, ବଳରାମ ସାହୁ ଓ ନିରଞ୍ଜନ ମହାପାତ୍ର । ଏହି ଅପରାଧୀମାନଙ୍କୁ ଭିନ୍ନ ଭିନ୍ନ ୪ ଗୋଟି କେସରେ ସମ୍ପୃକ୍ତ ଥିବା ନେଇ ମାମଲା ରୁଜୁ କରିଛି ବଳଙ୍ଗା ପୋଲିସ । ଏନେଇ ଆଜି ବଳଙ୍ଗା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପିପିଲି SDPO ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି ।

   Related Posts