ବ୍ରଜରାଜନଗର ଅମିତ ଧଳ ହତ୍ୟାକାଣ୍ଡ ଘଟଣା : ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | June 27, 2019 IST

ଝାରସୁଗୁଡା ୨୭|୬: ଝାରସୁଗୁଡା ବ୍ରଜରାଜନଗର ଅମିତ ଧଳ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ଏହି ମାମଲାରେ ଝାରସୁଗୁଡା ଏସପିଙ୍କ ନିର୍ଦ୍ଦେଶରେ ଗଠିତ ବିଭିନ୍ନ ବ୍ରଜରାଜନଗର ପୋଲିସ ଟିମ୍ ଚଢାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ସହ ୨୦ରୁ ଉର୍ଦ୍ଧ୍ଵ ଗୁଳି ଜବତ କରିଛି ପୋଲିସ । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ବୋଲି ଜଣାପଡିଛି । କୋଇଲା ବ୍ୟବସାୟକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିଲା ।

ଗତ ୨୪ ତାରିଖରେ ବ୍ରଜରାଜନଗର ବସଷ୍ଟାଣ୍ଡରେ ତାସ୍ ଖେଳୁଥିବା ବେଳେ ଦୁର୍ବୃତ୍ତମାନେ ଅମିତଙ୍କ ଉପରକୁ ଗୁଳିମାଡ କରିଥିଲେ । ଗୁରୁତର ଅବସ୍ଥାରେ ଅମିତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.