Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

୩ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୩ ଅଭିଯୁକ୍ତ ଗିରଫ

28/06/2021 at 10:34 AM

ଆଠମଲ୍ଲିକ ।୬: ବିଳମ୍ବ ହେଲେ ମଧ୍ୟ ଦୀର୍ଘ ୩ ବର୍ଷ ପରେ ଜରପଡା ପୋଲିସ ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବାର ସଫଳ ହୋଇଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନୁଗୋଳ-ଜରପଡା ୫୫ନଂ ଜାତୀୟ ରାଜପଥ ପାର୍ଶ୍ଵର କତଡାଠାରେ ଥିବା କ୍ଲାସିକ୍ ଢାବା ସମ୍ମୁଖରେ ୨୦୧୮ ମସିହା ଜୁନ୍ ୨୨ ତାରିଖ ରାତିରେ ପାଣି ଟ୍ୟାଙ୍କର କ୍ୟାବିନ ଭିତରେ ଚାଳକଙ୍କ ମୃତଦେହ ମିଳିଥିଲା ।  ଘଟଣାର ୩ ବର୍ଷ ପରେ ଜରପଡା ପୋଲିସ ହତ୍ୟାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ତେବେ ଏବେ ମଧ୍ୟ ଜଣେ ଫେରାର ଥିବା ଜଣାପଡିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମର ସୌଭାଗ୍ୟ ରଞ୍ଜନ ସାହୁ, ଠାକୁରଗଡ ଥାନା ଅନ୍ତର୍ଗତ ବରପାଲି ଗ୍ରାମର ବିକାଶ ନାୟକ ଓ ଜରପଡା ଥାନା ଅନ୍ତର୍ଗତ ବଡହିଁସର ଗ୍ରାମର ପୁରୁଷୋତ୍ତମ ସାହୁ ଓ ଫେରାର ଥିବା ଅଭିଯୁକ୍ତ ଜରପଡା ଥାନା ଅନ୍ତର୍ଗତ ବହହିଁସର ଗ୍ରାମର ବୈକୁଣ୍ଠ ସାହୁ ବୋଲି ପୋଲିସ ସୂଚନା ଦେଇଛି ।  ଉକ୍ତ ଘଟଣାର ଜରପଡା ପୋଲିସ ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ।

ପୋଲିସ ସାଇଣ୍ଟିଫିକ୍ ରିପୋର୍ଟ, ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ପୋଲିସ ଘଟଣାର ତଦନ୍ତ କରିଥିଲା ।  ଏହି ତଦନ୍ତ ବେଳେ ପୋଲିସ ଢାବାର କର୍ମଚାରୀମାନଙ୍କ ହାତଥିବା ନେଇ ଜଣାପଡିଥିଲା ।  ଏହାପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଢାବାର ତିନି ଜଣ କର୍ମଚାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।  ଏହି ଘଟଣା ପରେ ଜନସାଧାରଣ ଜରପଡା ଆଇଆଇସିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

   Related Posts