ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | January 30, 2020 IST

ଜଳେଶ୍ବର ୩୦।୧: ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ସାଇଁପଦା ଗାଁରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

{"id":217668,"sizeSlug":"large"}

ସୂଚନାଯୋଗ୍ୟ ଯେ, ଜଳେଶ୍ବର ଅଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ଗତ ୧୭ ତାରିଖ ଅପରାହ୍ନରେ ମଜୁରୀ ଟଙ୍କା ଆଣିବା ପାଇଁ ନିଜ ପୁରୁଷ ବନ୍ଧୁଙ୍କ ସହ ସାଇକେଲରେ ରାଇବଣିଆ ଥାନା ଅନ୍ତର୍ଗତ ସାଇଁପଦାକୁ ଯାଇଥିଲେ । ଫେରିବା ବେଳେ ୫ ଜଣ ଯୁବକ ତାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

{"id":217669,"sizeSlug":"large"}

ଏ ସଂପର୍କରେ କାହା ଆଗରେ ନ କହିବା ପାଇଁ ସେମାନେ ମହିଳାଙ୍କୁ ଧମକ ଦେଇଥିଲେ । ମାତ୍ର ମହିଳାଙ୍କ ପୁରୁଷ ବନ୍ଧୁ ଏ ସଂପର୍କରେ ଗାଁ ଲୋକଙ୍କ ଆଗରେ କହିବା ପରେ, ଗ୍ରାମବାସୀଙ୍କ ସହାୟତାରେ ମହିଳା ଜଣଙ୍କ ରାଇବଣିଆ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.