Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

କମଲେଶ ତିୱାରୀଙ୍କ ହତ୍ୟାକାଣ୍ଡ : ମିଠା ଡବାରୁ ହେଲା ହତ୍ୟାର ପର୍ଦ୍ଦାଫାଶ, ଧରାପଡିଲେ ଅଭିଯୁକ୍ତ

19/10/2019 at 2:55 PM

ଲକ୍ଷ୍ନୌ୧୯।୧୦: ଲକ୍ଷ୍ନୌରେ ହିନ୍ଦୁ ସମାଜ ପାର୍ଟିର ନେତା କମଲେଶ ତିୱାରୀ ହତ୍ୟାକାଣ୍ଡରେ ବଡ ଖୁଲାସା । ଗୁଜରାଟ ସୁରତ ଯାଏଁ ହତ୍ୟା ଷଡଯନ୍ତ୍ରର ଚେର ଲମ୍ବିଥିବା ଉତ୍ତରପ୍ରଦେଶ ଜିଡିପି ଓପି ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କମଲେଶ ତିୱାରୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ସୁରତରୁ ଗିରଫ କରାଯାଇଛି । ହତ୍ୟାର ପୁରା ବ୍ଲୁପ୍ରିଣ୍ଟ ସଂପର୍କରେ ତଥ୍ୟା ଓଗାଳିବାକୁ ଗିରଫ ୩ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ପୋଲିସ । ଏହି ହତ୍ୟାକାଣ୍ଡରେ ଆଉ ୨ଜଣ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି ।

ଏହି ମାମଲାରେ ମୁଫତି ନୟିମ କାଜମୀ ଏବଂ ମୌଲାନା ଅନବାରୁଲ୍ ହକ୍ ଙ୍କୁ ଗିରଫ କରାଯାଇଛି । ମୌଲାନା ଅନବାରୁଲ ୨୦୧୬ରେ କମଲେଶଙ୍କ ମୁଣ୍ଡ ଲାଗି ୫୧ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । କମଲେଶଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଅନବାରୁଲ୍ ହକ୍ ଙ୍କୁ ଗିରଫ କରାଯାଇ ତଦନ୍ତ କରୁଛି ପୋଲିସ । କମଲେଶ ତିୱାରୀଙ୍କୁ ହତ୍ୟା କରାଯାଇଥିବା ଘଟଣାସ୍ଥଳରୁ ଏକ ମିଠା ପ୍ୟାକେଟ୍ ମିଳିଥିଲା । ଏଥିରେ ସୁରତର ଏକ ମିଠା ଦୋକାନର ନାଁ ରହିଥିଲା । ଯାହାକୁ ନେଇ ପୋଲିସ ତଦନ୍ତ ଜୋରଦାର କରିଥିଲା । ସିସିଟିଭି ଫୁଟେଜ୍ ଏବଂ ଅନ୍ୟ ପ୍ରମାଣ ଆଧାରରେ ପୋଲିସ ଟିମ୍ ଚଢାଉ କରିଥିଲା ।

   Related Posts