Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବାର୍‌ହା ଫାଶରେ ପଡି ଦନ୍ତା ହାତୀର ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତ ଗିରଫ

11/12/2019 at 12:14 PM

ବରଗଡ ୧୧।୧: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ଗଙ୍ଗେଇ ଗ୍ରାମର ଜଣେ ଚାଷୀଙ୍କ ବିଲରେ ଏକ ଦନ୍ତାହାତୀର ମୃତଦେହ ପଡିଥିବା ଗତକାଲି ଦେଖିବାକୁ ମିଳିଥିଲା।ଦନ୍ତାହାତୀର ମୃତଦେହ ପଡିଥିବା ସ୍ଥାନରେ ବିଦ୍ୟୁତ୍ ତାର ସଂଯୋଗ ସହ ଫାଶ ବିଛାଯାଇଥିବା ଦେଖିବାକୁ ମିଳିଥିଲା । ବାରହା ଶିକାର ଲାଗି ବସାଯାଇଥିବା ଫାଶରେ ପଡି ହାତୀର ମୃତ୍ୟୁ ଘଟିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଥିଲା। ଖବରପାଇ ବନଖଣ୍ଡ ଅଧିକାରୀ ସଂଦୀପ ପାର୍ଟି, ଏସିଏଫ ରେବତୀ ରମଣ ଯୋଶୀ   ଅମ୍ବାଭୋନା ଥାନା ଅଧିକାରୀ ଆଲୋକ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ତେବେ କେଉଁ ପରିସ୍ଥିତିରେ ଓ କିଭଳି ଭାବରେ ହାତୀଟିର ମୃତ୍ୟୁ ଘଟିଲା ସେ ନେଇ ପୋଲିସ ଏବଂ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

ତେବେ ଗତକାଲି ବିଳମ୍ବିତ ରାତିରେ ଜିଆଇ ତାର ୨.୫ କେଜି, ୧୨ଟି ବାଉଁଶ ଖୁଣ୍ଟ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ  । ଗଙ୍ଗେଇ ଗାଁର ଗିରିଧାରୀ ଭୂଏ,ଯୋଗେଶ୍ବର ଦୁଆନ ଓ ବ୍ରଜରାଜ ପ୍ରଧାନଙ୍କୁ ଗିରଫ କରିଛି ବନବିଭାଗ । ଗତକାଲି ବାରହ ଶିକାର ପାଇଁ ବିଛାଇ ଥିବା ବିଦ୍ୟୁତ୍ ଜାଲରେ ଏକ ଦନ୍ତା ହାତୀ ମୃତ୍ୟୁ ଘଟିଥିଲା । ହାତୀଟି ୧୩ରୁ ୧୫ବର୍ଷର ହୋଇଥିବା ବେଳେ ହାତୀର ଦୁଇଟି ଦାନ୍ତ ଜବତ କରାଯାଇଥିଲା । ଘଟଣାରେ ସଂପୃକ୍ତ ଆହୁରି କିଛି ଲୋକଙ୍କୁ ନେଇ ସନ୍ଦେହ କରୁଛି ବନ ବିଭାଗ ।

   Related Posts