ଛାତ୍ରୀଙ୍କୁ ଅସଦାଚରଣ ସହ ମାରପିଟ କରି ଭିଡିଓ ଭାଇରାଲ କରିଥିବା ତିନି ଯୁବକ ଗିରଫ

Published By : Prameya-News7 Bureau | November 08, 2019 IST

ପାଲମପୁର୮/୧୧: ପାଲମପୁର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ନାବାଳକ ଛାତ୍ରଛାତ୍ରୀଙ୍କୁ ଅସଦାଚରଣ ଓ ମାରପିଟ୍‌ କରି ଭିଡିଓ ଭାଇରାଲ କରିଥିବା ତିନିଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣା ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଅଛି। ୪ଜଣ ଅଭିଯୁକ୍ତ ଯୁବକ ଶନିବାର ଦିନ ଏଭଳି କାଣ୍ଡ କରିଥିଲେ। ବୁଧବାର ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ କରି ଦେଇଥିଲେ। ଘଟଣା ଅନୁସାରେ ରାସ୍ତାରେ ଚାରିଜଣ ଛାତ୍ରଛାତ୍ରୀ ଯିବାବେଳେ ପଞ୍ଚରୂଖୀ ଥାନା ଅଞ୍ଚଳର ଚାରିଜଣ ଯୁବକ ସେମାନଙ୍କୁ ଅଟକାଇ ଥିଲେ। ଅଭିଯୁକ୍ତ ଯୁବକମାନେ ସେମାନଙ୍କୁ ମାରପିଟ କରିବା ସହ ଦୁଇଜଣ ନାବାଳିକା ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ।

ଛାତ୍ରୀଛାତ୍ରୀଙ୍କ ସହ ଅଭିଯୁକ୍ତ ଯୁବକମାନେ ଯାହା କରିଥିଲେ ତାର ଭିଡିଓ ରେକର୍ଡିଂ କରିଥିଲେ। ଶନିବାର ଦିନ ଘଟିଥିବା ଘଟଣାର ଭିଡିଓକୁ ବୁଧବାର ଦିନ ଅଭିଯୁକ୍ତ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ।

ଏହି ଘଟଣା ସମ୍ନାକୁ ଆସିବା ପରେ ସଞ୍ଜୀବ କୌଣ୍ଡଳ ନାମକ ଜଣେ ସମାଜସେବୀ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଏହି ଘଟଣାରେ ପଞ୍ଚରୂଖୀ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ମନୀଷ, ସଞ୍ଜୀତ୍ ଓ ସୁରଜିତ୍‌ ଏମାନେ ସବୁ ପାଳମପୁରର ସ୍ଥାନୀୟ ବାସିନ୍ଦା।

ଅଭିଯୁକ୍ତଙ୍କ ନାଁରେ ସମାଜସେବୀ ସଞ୍ଜୀବ ଥାନାରେ ଏତଲା ଦେବା ପରେ ପୀଡିତା ଛାତ୍ରୀଛାତ୍ରୀଙ୍କ ବାପା-ମାଆମାନେ ମଧ୍ୟ ଥାନାରେ ପହଞ୍ଚି‌ଥିଲେ। ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ସେମାନେ ଯିବା ସମୟରେ ସ୍ଥାନୀୟ ଚାରିଜଣ ଯୁବକ ସେମାନଙ୍କୁ ଅଟାଇଥିଲେ। ସେମାନଙ୍କ ସହ ଅଶାଳୀନ ବ୍ୟବହାର କରିବା ସହ ମାରପିଟ ମଧ୍ୟ କରିଥିଲେ। ସାଙ୍ଗରେ ଥିବା ଦୁଇଜଣ ନାବାଳିକା ଛାତ୍ରୀ ଏହାକୁ ବିରୋଧ କରିବାରୁ ତାଙ୍କ ସହ ମଧ୍ୟ ଅଭିଯୁକ୍ତମାନେ ଅଦାଚରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଏ ସବୁ ଘଟଣାକୁ ମୋବାଇଲରେ ରେକର୍ଡିଂ କରୁଥିବା କଥା ଛାତ୍ରଛାତ୍ରୀ କହିଛନ୍ତି। ଏହି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଯୁବକ ଫେରାର ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.