ସ୍କ୍ରାପ୍ ବୋଝେଇ ଗାଡି ଜବତ, ବନ୍ଧୁକ ସହ ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | May 25, 2019 IST

ବଡବିଲ ୨୫|୫: ଝାଡଖଣ୍ଡ ନିକଟବର୍ତ୍ତୀ ନାଲଦା ଅଂଚଳରୁ ଏକ ଚୋରା ସ୍କ୍ରାପ୍ ବୋଝେଇ ଟାଟା ଏସିଇ ଗାଡିକୁ ଜବତ କରିଛି ପୋଲିସ । ତଦନ୍ତ ପରେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ବଡବିଲ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗାଡା ହଟିଂ ଅଂଚଳର ରେତୁ ଓରଫ୍ ମହାନ୍ତି ମୁଣ୍ଡା, ଦାମୁ ହଟିଂ ଅଂଚଳର ବଂଶୀଧର ପଣ୍ଡା ଓ ଟିଟୁ ଓରଫ୍ ସୁନୀଲ ପାତ୍ର । ସୁନୀଲ ନିକଟରୁ ପୋଲିସ ଏକ ମାଉଜର ଜବତ କରିଛି ।

{"id":115822,"width":582,"height":328}

ପୂର୍ବରୁ ଟିଟୁ ନାଁରେ ବଡବିଲ ଥାନାରେ ଅନେକ ଅପରାଧିକ ମାମଲା ରହିଛି । ଗିରଫ୍ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.