ଗାଡି ଯାଞ୍ଚ ବେଳେ ବ୍ରାଉନସୁଗାର ଜବତ, ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 15, 2021 IST

ମୋରଡା ୧୫।୭: ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବାଜପେୟୀ ଛକ ନିକଟରେ ପୋଲିସ ଗାଡି ମୋଟର ଯାଞ୍ଚ ବେଳେ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହାସହ ତିନି ଜଣଙ୍କୁ ଗିରଫ କରିଛି ରାସଗୋବିନ୍ଦପୁର ପୋଲିସ । ସେମାନଙ୍କ ନିକଟରୁ ୧ ଗ୍ରାମ ୫୦୦ ମିଲିଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟା ସମୟରେ ପୋଲିସର ଗାଡି ମଟର ଯାଞ୍ଚକୁ ଦେଖି ବସ୍ତା ଥାନା ଅନ୍ତର୍ଗତ ସେକ୍ କରିମୁଦ୍ଦିନ ସେଠାରେ ବାଇକକୁ ଛିଡା କରିଥିଲା । ପୋଲିସକୁ ଦେଖି କରିମୁଦ୍ଦିନ ଭୟଭୀତ ହୋଇ ଦୌଡିଥିଲା ।  ଏହା ଦେଖି ପୋଲିସର ସନ୍ଦେହ ହୋଇଥିଲା । ସେଠାରେ ଯାଞ୍ଚ କରୁଥିବା ପୋଲିସ ଦୌଡି ସେକ୍ କରମୁଦ୍ଦିନକୁ କାବୁ କରିଥିଲେ ।  ସେକ୍ କରମୁଦ୍ଦିନ ସାଙ୍ଗରେ ଅନ୍ୟ ଏକ ବାଇକରେ ତାର ଦୁଇ ଜଣ ସହଯୋଗୀ ଥିଲେ । କରମୁଦ୍ଦିନ ଧରାପଡିବା ଦେଖି ଅନ୍ୟ ଦୁଇ ସହଯୋଗୀ ସେଠାରୁ ଖସି ପଳାଇଥିଲେ । ପରେ ପୋଲିସ ତାର ଜାଲ ବିଛାଇ ସାରମୁଳା ଜଙ୍ଗଲରୁ ଦୁଇ ସହଯୋଗୀ ଶାନ୍ତନୁ ଖାମାରୀ ଓ ସୁଦ୍ଧା ଚରଣ  ମାଝୀଙ୍କୁ କାବୁକରି କରିବାରେ ସଫଳ ହୋଇଥିଲା ପୋଲିସ ।  ଦୁଇ ସହଯୋଗୀଙ୍କ ଘର ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବୋଲି ଜଣାପଡିଛି । ଘଟଣା ବ୍ୟବହୃତ ଦୁଇଟି ବାଇକ୍ ସହିତ ସହିତ ୧୪ ହଜାର ଟଙ୍କା ଜବତ ହୋଇଛି ।  ତେବେ ୧୭୪ ନମ୍ବରରେ ଏକ କେଶ ରୁଜୁ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଆଇଆଇସି ଲୋପାମୁଦ୍ରା ନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.