ସଫେଇ କର୍ମଚାରୀଙ୍କ ଧମକ, ଦାବି ନମାନିଲେ ଇସଲାମ ଧର୍ମ ଗ୍ରହଣ କରିବୁ

Published By : Prameya-News7 Bureau | September 16, 2020 IST

ନୂଆଦିଲ୍ଲୀ ୧୬।୦୯: ନୋଏଡାରେ ଗତ ଅନେକ ଦିନ ହେବ ହଡତାଳରେ ବସିଥିବା ଶତାଧିକ ସଫେଇ କର୍ମଚାରୀ ନିଜ ଦାବି ପୂରଣ ହେଉନଥିବା ଦେଖି ମୁସଲିମ ଧର୍ମ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ବିଭିନ୍ନ ଦାବିକୁ ନେଇ ଗତ ଅନେକ ଦିନ ହେବ ଧର୍ମଘଟ କରୁଥିବା ନୋଏଡା ପ୍ରାଧିକରଣରେ କାର୍ଯ୍ୟରତ ସଫେଇ କର୍ମଚାରୀ ଆଜି ସେକ୍ଟର ୬ ସ୍ଥିତ ନୋଏଡା ପ୍ରାଧିକରଣ ଦପ୍ତରର ଘେରାଉ କରି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏହି ସମୟରେ ସମ୍ବିଦାରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ ଦାବି ପୂରଣ ନହେଲେ ଆଗାମୀ ଅକ୍ଟୋବର ୧ରେ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି। କର୍ମଚାରୀ କହିଛନ୍ତି ଯଦି ସେମାନଙ୍କର ଶୋଷଣ ବନ୍ଦ ନହୁଏ ଏବଂ ଦାବି ପୂରଣ ନହୁଏ ତେବେ ଆଗାମୀ ଅକ୍ଟୋବର ୧ରେ ଧର୍ମ ପରିବର୍ତ୍ତନ କରି ମୁସଲମାନ ହୋଇଯିବୁ।

{"id":330441,"sizeSlug":"large"}

ସର୍ବଭାରତୀୟ ଶ୍ରମିକ ମହାସଙ୍ଘର ଜିଲ୍ଲା ସଂପାଦକ ସତବୀର ମକଓ୍ଵାନା କହିଛନ୍ତି ନୋଏଡା ପ୍ରାଧିକରଣରେ ପ୍ରାୟ ୫୦୦୦ ସଫେଇ କର୍ମଚାରୀ ଗତ ୩୦ ବର୍ଷ ଧରି ନିଜର ସେବା ଦେଇ ଆସୁଛନ୍ତି। ଗୋଟିଏ ପଟେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲ୍ମିକୀ ସମାଜର ସମ୍ମାନ କରନ୍ତି ଅନ୍ୟପଟେ ନୋଏଡାରେ ବାଲ୍ମିକୀ ସମାଜର ଲୋକଙ୍କ ସଂପୂର୍ଣ୍ଣ ଶୋଷଣ କରାଯାଉଛି।

ସତବୀର ଅଭିଯୋଗ କରିଛନ୍ତି ନୋଏଡା ପ୍ରାଧିକରଣରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ଦାବି ଦୀର୍ଘ ଦିନ ଧରି ପୂରଣ ହେଉ ନାହିଁ। ପ୍ରାଧିକରଣର ଅଧିକାରୀ ବିଭିନ୍ନ ପ୍ରକାରେ ସେମାନଙ୍କର ଶୋଷଣ କରୁଛନ୍ତି। ସଫେଇ କର୍ମଚାରୀ ଦୀର୍ଘ ସମୟରୁ ଦରମା ବୃଦ୍ଧି, ପିଏଫ ଆଦି ମୌଳିକ ସୁବିଧା ଦେବା ଏବଂ ନୋଏଡା ପ୍ରାଧିକରଣରେ ଠିକାଦାରୀ ପ୍ରଥାକୁ ସମାପ୍ତ କରି ସ୍ଥାୟୀ କରିବାକୁ ଦାବି କରି ଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.