ରାଉରକେଲା ଓକିଲ ସଂଘର ସଭାପତି ସତ୍ୟପଦ ଶର୍ମ।ଙ୍କୁ ଧମକ ପୁର୍ଣ୍ଣ ଚିଠି

Published By : Prameya-News7 Bureau | December 02, 2018 IST

ରାଉରକେଲା ୨/୧୨ : ରାଉରକେଲା ଓକିଲ ସଂଘର ସଭାପତି ସତ୍ୟପଦ ଶର୍ମ।ଙ୍କୁ ଗତକାଲି ପୋଷ୍ଠାଲରେ ଆସିଛି ଧମକ ପୁର୍ଣ୍ଣ ଚିଠି । ଚିଠିରେ ଉଲ୍ଲେଖ ଅଛି ସୁନ୍ଦରଗଡ଼ ଜିଲ୍ଲାକୁ ବିଭାଜନ କରି ରାଉରକେଲାକୁ ସ୍ବତନ୍ତ୍ର ଜିଲ୍ଲା ଦାବୀ କଲେ ଦିଆଯିବ ଉଚିତ ଶିକ୍ଷା । ରାଉରକେଲା ଓକିଲ ସଂଘ ରାଉରକେଲାବାସୀଙ୍କ ମୌଳିକ ସୁବିଧା ପାଇଁ ଅନେକ ବାର ଆନ୍ଦୋଳନ ଧର୍ମଘଟ କରିଆସିଛି । ପଶ୍ଚିମ ଓଡ଼ଶାର ରାଉରକେଲା ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ କରିବା ସହ ସୁନ୍ଦରଗଡ଼ ଜିଲ୍ଲାକୁ ବିଭାଜନ କରି ରାଉରକେଲାକୁ ସ୍ବତନ୍ତ୍ର ଜିଲ୍ଲା ଦାବୀରେ ଗତ ୨୭ ତାରିଖ ଦିନ ସଂଘ ୧୨ ଘଂଟିଆ ବନ୍ଦ ପାଳନ କରିଥିଲା । ଏଥିରେ ରାଉରକେଲାବାସୀଙ୍କ ଠାରୁ ପୁର୍ଣ୍ଣ ସମର୍ଥନ ମିଳିଥିଲା । ଯାହାର ଲିଡ଼ ନେଇଥିଲେ ସଭାପତି ସତ୍ୟପଦ ଶର୍ମ। । ଏହାହିଁ କାରଣ ହୋଇଥାଇପାରେ ଧମକ ପୁର୍ଣ୍ଣ ଚିଠି ଦେବାର ବୋଲି ଆଶଙ୍କା କରାଯାଉଛି । ରାଉରକେଲା ଓକିଲ ସଂଘ ପଶ୍ଚିମ ଓଡ଼ଶା କ୍ରୀୟା କମିଟିକୁ ସମର୍ଥନ ନଦେବା କାରଣ ଯୋଗୁଁ ଏହି ଧମକ ପୁର୍ଣ୍ଣ ଚିଠି ଆସିଥିବା ଅନୁମାନ କରାଯାଇଛି ।  ଚିଠିରେ ପ୍ରେରକରେ ଲେଖା ଅଛି ଏସ୍ ଦାସ । ଧମକ ପୁର୍ଣ୍ଣ ଚିଠି ସୁନ୍ଦରଗଡ଼ରୁ ଆସିଛି । ରାଉଉକେଲା ଓକିଲ ସଂଘର ସଭାପତି ସତ୍ୟପଦ ଶର୍ମ। ଏ ବିଷୟରେ ଗତକାଲି ରାଉରକେଲା ଏସପିଙ୍କୁ ଜଣାଇବା ସହ ଉଦିତ ନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଉଦିତନଗର ପୋଲିସର ତଦନ୍ତ ଆରମ୍ବ କରିଛି । ଏହି ଚିଠି ପଛର କାହାଣୀ ସହ ଧମକ ପୁର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତି ଖୁବ୍ ଶ୍ରୀଘ୍ର ଚିହ୍ନଟ ହୋଇଯିବ ବୋଲି ପୋଲିସ ପରୋକ୍ଷରେ ସୁଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.