Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ ଟିମ୍‌କୁ ଉଡାଇଦେବାକୁ ଧମକ !

19/08/2019 at 10:02 AM

ଭାରତୀୟ କ୍ରିକେଟ୍ ଟିମ୍ କୁ ଉଡାଇଦେବାକୁ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି । ଫଳରେ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ ଟିମ୍ ର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ଜିଓ ଟିଭିର ଖବର ଅନୁସାରେ ଭାରତୀୟ ଟିମ୍ କୁ ଶେଷ କରିଦେବାକୁ ଧମକପୂର୍ଣ୍ଣ ଇମେଲ୍ ପାକିସ୍ତାନୀ କ୍ରିକେଟ୍ ବୋର୍ଡ ନିକଟକୁ ଆସିଛି । ପିସିବି ଆଇସିସି ମାଧ୍ୟମରେ ବିସିସିଆଇକୁ ସୂଚନା ଦେଇଛି । ଭାରତୀୟ କ୍ରିକେଟ୍ ବୋର୍ଡ ଏନେଇ ଗୃହ ମନ୍ତ୍ରଣାଳୟକୁ ସୂଚନା ଦେଇଛି । ଏହାପରେ ଭାରତୀୟ ଟିମ୍ ର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡକୁ ଏ ନେଇ ଖବର ଦିଆଯାଇଛି । ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ସବୁ ପ୍ରକାର ସହାୟତା ଦେବା ପାଇଁ ଭରସା ଦେଇଛି । ଏବେ ଭାରତୀୟ ଟିମ୍ ର ବସ୍ ସହିତ ଗୋଟିଏ ଏକ୍ସର୍ଟ ଗାଡି ମଧ୍ୟ ସାଥିରେ ଯିବ ।

ରିପୋର୍ଟ ଅନୁସାରେ ଭାରତୀୟ ଟିମ୍ ର ମ୍ୟାନେଜର ସୁନୀଲ ସୁବ୍ରମଣ୍ୟମ ସମସ୍ତ ଖେଳାଳିଙ୍କୁ ଏ ନେଇ ଖବର ଦିଆଯାଇଛି ଏବଂ ତାଙ୍କୁ ସଚେତନ ରହିବା ପାଇଁ କୁହାଯାଇଛି । ଏହାସହ କୌଣସି ସ୍ଥାନକୁ ଯିବା ଆସିବା କରିବା ନେଇ ମଧ୍ୟ ସୂଚନା ଦେବାକୁ କୁହାଯାଇଛି । ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ବାରମ୍ବାର ମିଟିଂ କରାଯାଇଛି । ଓ୍ବେଷ୍ଟଇଣ୍ଡିଜ୍ ବୋର୍ଡ ବ୍ୟତୀତ ଖେଳାଳିମାନଙ୍କ ସହ ମଧ୍ୟ ଅଲଗା ଅଲଗା ଭାବେ ବୈଠକ କରାଯାଇ ଆଲୋଚନା କରାଯାଇଛି ।

ସୂଚନାଯୋଗ୍ୟ ଯେ, କୌଣସି ଟିମ୍ ଗସ୍ତ ସମୟରେ ସୁରକ୍ଷା ଦାୟିତ୍ବ ଆୟୋଜକଙ୍କର ରହିଥାଏ । ଏଥିଯୋଗୁଁ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟ ଏହି ଧମକପୂର୍ଣ୍ଣ ଇମେଲ କୁ ଗମ୍ଭୀରତାର ସହ ନେଇଛି । ଇଣ୍ଡିଜ୍ ବୋର୍ଡ ଅଧିକାରୀ ମଧ୍ୟ ବିସିସିଆଇ ଅଧିକାରୀଙ୍କ ସହ ବୈଠକ କରିଛି ।

ଭାରତୀୟ ଟିମ୍ ଏବେ ୩ଟି ଟି-୨୦, ୨ଟି ଏକଦିବସୀୟ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ପାଇଁ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି । ଟି-୨୦ ଏବଂ ଏକଦିବସୀୟ ସିରିଜ୍ ଶେଷ ହୋଇଯାଇଛି । ଏବେ ଟେଷ୍ଟ ମ୍ୟାଚ୍ ଖେଳାଯିବାକୁ ବାକି ଅଛି । ଏବେ ଭାରତୀୟ ଟିମ୍ ଏଣ୍ଟିଗାରେ ରହିଛି । ସେଠାରେ ୨୨ ଅଗଷ୍ଟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଏହି ଟେଷ୍ଟ ସିରିଜ୍ ୨୭ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ।

   Related Posts