Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

‘ଇଜ୍ଜତ ନେଇଛୁ , ପାଟି ଖୋଲିଲେ କଲବଲ କରି ମାରିବୁ ‘

13/12/2019 at 11:15 AM

ଲକ୍ଷ୍ନୌ : ଆଇନକାନୁନକୁ ଦୁଷ୍କର୍ମକାରୀଙ୍କ ପରଓ୍ବା ନାହିଁ । ପୀଡିତାଙ୍କୁ ସେମାନେ ଦେଉଛନ୍ତି ଭୟଙ୍କର ଧମକ ।  ଉତ୍ତରପ୍ରଦେଶର ବାଗପଥରେ ଘଟିଥିବା ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଦୁଷ୍କର୍ମ ପୀଡିତାଙ୍କୁ ଧମକ ଦେଇଛନ୍ତି ଦୁଷ୍କର୍ମକାରୀ ।  ସାକ୍ଷୀ ଦେବାକୁ ଗଲେ ଉନ୍ନାଓ ଠାରୁ ମଧ୍ୟ ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ଦୁଷ୍କର୍ମ ପୀଡ଼ିତାଙ୍କ ଘର ଆଗରେ ଏଭଳି ଧମକପୂର୍ଣ୍ଣ ପୋଷ୍ଟର ମରାଯାଇଥିବାର ଦେଖିବାକୁ ମିଳିଛି । ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଦିଲ୍ଲୀର ମୁଖାର୍ଜୀ ନଗରରେ ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ। ଜୁଲାଇ ମାସରେ ସେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେ ଏବେ ଜାମିନରେ ଖଲାସ ହୋଇଛି। ତେବେ ଜାମିନରେ ଆସିବା ପରେ ଏପରି ପୋଷ୍ଟର ମାରିଥିବା ପୀଡିତା ପରିବାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ସାକ୍ଷୀ ଦେବାକୁ ଗଲେ ଉନ୍ନାଓ ପୀଡ଼ିତାଙ୍କୁ ଯେଉଁଭଳି ଜୀଅନ୍ତା ଜାଳି ହତ୍ୟା କରାଗଲା, ତା’ଠାରୁ ଆହୁରି ଭୟଙ୍କର ପରିଣାମ ଭୋଗିବାକୁ ହେବ ବୋଲି ଏକ ପୋଷ୍ଟରରେ ମାରି ସେ ଧମକ ଦେଇଛି। ବାଗପାଥ୍‌ରେ ଥିବା ପୀଡ଼ିତାଙ୍କ ଘର ଆଗରେ ଏଭଳି ଧମକପୂର୍ଣ୍ଣ ପୋଷ୍ଟର ମରାଯାଇଛି। ଆସନ୍ତାକାଲି ପୀଡ଼ିତା ଜଣଙ୍କ ଦିଲ୍ଲୀ କୋର୍ଟରେ ନିଜର ବୟାନ ରେକର୍ଡ କରାଇବାକୁ ଯିବେ। ତେବେ ଏହା ପୂର୍ବରୁ ପୀଡ଼ିତାଙ୍କୁ ଧମକ ଦିଆଯାଇଛି।

   Related Posts