ବେନାମୀ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି
8/01/2021 at 9:23 AM

ଭୁବନେଶ୍ବର୮/୧: ବେନାମୀ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ। ଏ ନେଇ ନବୀନ ନିବାସରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଅପରାଧୀମାନେ ଏକେ-୪୭ ଓ ସେମି ଅଟୋମେଟିକ୍ ପିସ୍ତଲ ରଖିଥିବା ଚିଠିରେ ଉଲ୍ଲେଖ ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର ନେଇ ବେନାମୀ ଚିଠି ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଠିକଣାରେ ଏଭଳି ଏକ ଚିଠି ପହଞ୍ଚିବା ପରେ ହଇଚଇ ସୃଷ୍ଟି ହୋଇଛି। କିଛି ପେଶାଦାର ଅପରାଧୀ ନବୀନଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର କରୁଥିବା ଏହି ଚିଠିରେ ଦର୍ଶାଯାଇଛି। ଏପରି କି ବେନାମୀ ଚିଠିରେ ୧୭ଟି କାର ନମ୍ବର ଉଲ୍ଲେଖ ରହିଛି। ତେଣୁ ସତର୍କ ରହିବା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି। ଏହି ଚିଠି ମିଳିବା ପରେ ଗୃହ ବିଭାଗ ପକ୍ଷରୁ ନବୀନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି।
Related Posts
ସାରା ବିଶ୍ୱ ଏବେ ଡିଜିଟାଲ୍ ଖବର ମୁହାଁ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021
ଉଦଳା: ବାଇକ୍ ଡିକି ଭାଙ୍ଗି୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
19 January 2021