ସୋମନାଥ ମନ୍ଦିରକୁ ଆତଙ୍କବାଦୀଙ୍କ ହମଲା ଭୟ ! ବନ୍ଦରରେ ବୁଲୁଛନ୍ତି ସନ୍ଦିଗ୍ଧ ବୋଟ
25/02/2019 at 4:59 PM

ରାଜକୋଟ ୨୫/୨ : ପୁଲୱାମାରେ ଆତଙ୍କୀ ହମଲା ପରେ ସୋମନାଥ ମନ୍ଦିର ଉପରେ ଆକ୍ରମଣ ଆଶଙ୍କା କରାଯାଉଛି | ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି | ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି | ସମୁଦ୍ର ସୀମାରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ଯୋଗୁଁ ସନ୍ଦିଗ୍ଧ ବୋଟଙ୍କ ଗତିବିଧି ପରିଲକ୍ଷିତ ହୋଇଛି |

ମାଛ ଧରାଳି ବୋଟ ଆସୋସିଏସନର ଅଧ୍ୟକ୍ଷ ତୁଳସୀ ମୋହିଲ କହିଛନ୍ତି ଯେ, ବେରାବଳ ବନ୍ଦରରେ ଏବେ ୨୪ ଘଣ୍ଟା ବୋଟ ଯିବା ଆସିବା ହେଉଛି | ବୋଟରେ ଯିବା ଆସିବା କରୁଥିବା ଲୋକ ସେଠାକାର ବାସିନ୍ଦା ଭଳି ଜଣାପଡୁନାହାନ୍ତି ବୋଲି କହିଛନ୍ତି ମୋହିଲ | ବୋଟରେ ସେମାନେ ଯେତେବେଳେ ତାଙ୍କ ଜିନିଷପତ୍ର ଅନଲୋଡ଼ କରନ୍ତି ସେତେବେଳେ ତାଙ୍କର କୌଣସି ଯାଞ୍ଚ ହୋଇନଥାଏ | କୌଣସି ଏଜେନ୍ସି ପାଖରେ ସେମାନଙ୍କ ସମ୍ପର୍କରେ କିଛି ରେକର୍ଡ ମଧ୍ୟ ନାହିଁ | ମାଛ ଧରିବା ପାଇଁ ଯାଉଥିବା ବୋଟଗୁଡିକର ଯିବା ଏବଂ ଆସିବା ସମୟ ଏବଂ ତାରିଖ ରେଜିଷ୍ଟରରେ ଲେଖାଯାଏ | କିନ୍ତୁ ଗତ କିଛି ଦିନ ହେଲା ବୋଟମାନଙ୍କ ଯାଞ୍ଚ ହେଉନାହିଁ |

ଗୁଜରାଟରେ ସମସ୍ତ ବୋଟକୁ ଯାଞ୍ଚ କରାଯାଇଥାଏ | କିନ୍ତୁ ଅଜଣା ବୋଟ ଆସିବାବେଳେ କୋଷ୍ଟ ଗାର୍ଡ, ମରାଇନ ପୋଲିସର ମଞ୍ଜୁରୀ ନେବାକୁ ପଡିଥାଏ | କିନ୍ତୁ ଗତ କିଛି ଦିନ ହେଲା ଏହାକୁ ନଜର ଅନ୍ଦାଜ କରାଯାଉଛି | ଯେଉଁଠି ଅଜ୍ଞ ବୋଟ ଯିବା ଆସିବା କରୁଛନ୍ତି, ସେଠାରେ ମଦ ଟ୍ରକଗୁଡିକ ରହିଛି |
ସୂଚନାଯୋଗ୍ୟ ଯେ, ଆତଙ୍କୀ ହମଲା ପାଇଁ ସମୁଦ୍ର ରାସ୍ତା ସବୁଠାରୁ ସରଳ | ମୁମ୍ବାଇ ହମଲା ବେଳେ ମଧ୍ୟ ଆତଙ୍କବାଦୀ ସମୁଦ୍ର ରାସ୍ତା ଦେଇ ସହଜରେ ମୁମ୍ବାଇକୁ ପ୍ରବେଶ କରିଥିଲେ |

ସୁରକ୍ଷାକୁ ଦୃଷ୍ଟିରେ ରଖି ସୋମନାଥ ଜିଲ୍ଲା ପୋଲିସ ଦ୍ୱାରା ନେତା ଏବଂ ସହରବାସୀଙ୍କୁ ନେଇ ଏକ ଶାନ୍ତି ସମିତି ବୈଠକର ଆୟୋଜନ କରାଯାଇଥିଲା | କିନ୍ତୁ ସହରବାସୀ ବୈଠକରେ ଯୋଗଦେବା ପାଇଁ ଇଛା ପ୍ରକାଶ କରିନଥିଲେ | ସହରର ଏସପି ଏମ.ଏମ.ପରମାର ସୂଚନା ଦେଇଛନ୍ତି ଯେ, ସୁରକ୍ଷାକୁ ଦୃଷ୍ଟିରେ ରଖି ଆଖପାଖ ଅଂଚଳର ୨୦୦ଟି ସିସିଟିଭି ଉପରେ ନଜର ରଖାଯାଇଛି | ବିଶେଷକରି ସୋମନାଥ ମନ୍ଦିର ଉପରେ ପୋଲିସର ନଜର ରହିଛି |