ଛଟେଇ କର୍ମଚାରୀଙ୍କୁ ପୁନଃ ଥଇଥାନ ଦାବିରେ ସାମୁହିକ ଆତ୍ମହୁତୀ ଧମକ ମାମଲା ; ଥାନାରେ ୩ ଅଟକ
26/01/2019 at 1:19 PM

କଳାହାଣ୍ଡି ୨୬|୧: କଳାହାଣ୍ଡି ଆଦର୍ଶ ବିଦ୍ୟାଳୟ ଛଟେଇ କର୍ମଚାରୀଙ୍କୁ ପୁନଃ ଥଇଥାନ ଦାବିରେ ସାମୁହିକ ଆତ୍ମହୁତୀ ଘୋଷଣା ମାମଲାରେ ଭବାନୀପାଟଣା ଟାଉନ୍ ଥାନାରେ ୩ ଅଟକ । ଚିନ୍ମୟ ବହେରା, ଦେବାର୍ଚ୍ଚନ ଗୌଡ , ସଦାବନ ରଣା ଙ୍କୁ ପୋଲିସ ଅଟକ ରଖିଛି । ପୁର୍ବରୁ ଛଟେଇ କର୍ମଚାରୀ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ ଜାରି ରଖିଥିବା ବଳେ ସାଧାରଣତନ୍ତ୍ର ଦିବସରେ ସାମୁହିକ ଆତ୍ମହୁତି ଦେବାକୁ ଘୋଷଣା କରିଥିଲେ । ଯାହାକୁ ନେଇ ପୋଲିସ ସୁରକ୍ଷା ଦୃଷ୍ଟିରୁ ଏହି ତିନି ଜଣକୁ ଅଟକ ରଖିଛି ।