Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜୀବନରୁ ମାରି ଦେବାକୁ ଓ ବୋମାରେ ଘର ଉଡାଇ ଦେବାକୁ ଧମକ

6/09/2020 at 4:56 PM

ମୁମ୍ବାଇ ୦୬।୦୯: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଫୋନରେ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ସୂଚନା ଅନୁଯାୟୀ ମାତୋଶ୍ରୀ ଲ୍ୟାଣ୍ଡଲାଇନ୍‌ରେ ତିନିରୁ ଚାରି ଥର ଫୋନ୍ ଆସିଛି। ଫୋନ୍‌ କରିଥିବା ବ୍ୟକ୍ତି ନିଜର ନାମ ଦାଉଦ ଇବ୍ରାହିମ ଦର୍ଶାଇଛି। ଏପରିକି ବୋମାରେ ଘର ଉଡାଇ ଦେବାକୁ ମଧ୍ୟ ଧମକ ଦେଇଛି। ମୁମ୍ବାଇ ପୋଲିସ ତଦନ୍ତରେ ଜୁଟି ଯାଇଛି। ଠାକରେଙ୍କୁ ଧମକ ମିଳିବା ପରେ ମାତୋଶ୍ରୀର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି।

ସୂଚନା ଅନୁଯାୟୀ ଶନିବାର ରାତି ପ୍ରାୟ ୧୧ଟାରୁ ୧୨ ମଧ୍ୟରେ ଲ୍ୟାଣ୍ଡଲାଇନ୍‌ ନମ୍ବରକୁ ଫୋନ୍ ଆସିଥିଲା। ଉଦ୍ଧବ ଠାକରେଙ୍କ ଘର ମାତୋଶ୍ରୀ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଅବସ୍ଥିତ। ଫୋନ୍ କରିଥିବା ବ୍ୟକ୍ତି ଠାକରେଙ୍କ ଘରକୁ ବମ୍‌ରେ ଉଡାଇ ଦେବ ବୋଲି କହିଛି।

ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ। ସେ ୨୦୧୯ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ। ବରିଷ୍ଠ ରାଜନେତା ବାଲ ଠାକରେଙ୍କ ପୁଅ ଉଦ୍ଧବ ଠାକରେ ୨୦୦୨ରେ ରାଜନୀତିରେ ପ୍ରବେଶ କରିଥିଲେ। ଉଦ୍ଧବ ଠାକରେ ପରିବାରର ପ୍ରଥମ ସଦସ୍ୟ ଯିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମହାରାଷ୍ଟ୍ର ସରକାରରେ ମଧ୍ୟ ମନ୍ତ୍ରୀ ଅଛନ୍ତି।

   Related Posts