Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବାରାଣସୀ, ଅଯୋଧ୍ୟା, ଗୋରଖପୁର ସମେତ ୪୬ଟି ରେଳ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ଧମକ : ସୁରକ୍ଷା ବ୍ୟବସ୍ଥା କଡାକଡି, ସର୍ଚ୍ଚ ଅପରେସନ ଜୋରଦାର

31/10/2021 at 9:48 PM

ଲକ୍ଷ୍ନୌ ୩୧/୧୦ : ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ପକ୍ଷରୁ ଭାରତକୁ ପୁଣି ଧମକ ଦିଆଯାଇଛି । ଉତ୍ତର ପ୍ରଦେଶରେ ଥିବା ପ୍ରମୁଖ ରେଳ ଷ୍ଟେସନ ଗୁଡିକୁ ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ଦେଇଛି ଲସ୍କର । ବାରାଣାସୀ, ଲକ୍ଷ୍ନୌ ସମେତ ୟୁପିର ୪୬ଟି ରେଳ ଷ୍ଟେସନକୁ ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ମିଳଛି । ଶନିବାର ବିଳମ୍ବିତ ରାତିରେ ଇଣ୍ଟେଲିଜେନ୍ସ ବିଭାଗ ପକ୍ଷରୁ ଆଲର୍ଟ ପାଇବା ପରେ ରେଳ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି। ୟୁପିର ବାରାଣାସୀ, ଗୋରଖପୁର, ଲକ୍ଷ୍ନୌ, ପ୍ରୟାଗରାଜ, କାନପୁର ସମେତ ୪୬ ଟି ରେଳ ଷ୍ଟେସନରେ ବିସ୍ଫୋରଣ କରିବାକୁ ଲସ୍କର ଆତଙ୍କବାଦୀ ସଂଗଠନ ଧମକ ଦେଇଛି। PDDU ଜଙ୍କସନ, ବାରାଣାସୀ କ୍ୟାଣ୍ଟ ଷ୍ଟେସନ ସମେତ ଅନ୍ୟ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଉତ୍ତର ପ୍ରଦେଶର ବିଭିନ୍ନ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ସିଆରପିଏଫ୍‌, ଆରପିଏଫ୍‌ ଏବଂ ଡଗ୍‌ ସ୍କ୍ବାଡ୍‌ ଯାଞ୍ଚରେ ଲାଗିପଡିଛନ୍ତି । ଜିଆରପି ଅଧିକାରୀ ସୁରେଶ ସିଂହଙ୍କ ନେତୃତ୍ବରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଆରପିଏଫ୍‌ ଇନ୍ସପେକ୍ଟର ସଞ୍ଜୀବ କୁମାର ମଧ୍ୟ ଅନ୍ୟ ଏକ ଟିମ ସହିତ ୟୁପିର ସମସ୍ତ ପ୍ଲାଟଫର୍ମରେ ତଲାସି ଅଭିଯାନ ଜାରି ରଖିଛନ୍ତି । ପିଡିଡିୟୁ ଜଙ୍କସନ୍‌ରୁ ଗୁଜୁରାଟ ଯାଉଥିବା ସମସ୍ତ ଟ୍ରେନ୍‌ ଏବଂ ଯାତ୍ରୀଙ୍କ ଜିନିଷ ପତ୍ର ଏବଂ ବ୍ୟାଗ୍‌ର ତଲାସି କରାଯାଉଛି । ଏହା ସହିତ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିଆରପିଏଫ୍‌ ଏବଂ ଆରପିଏଫ୍‌ ଜବାନମାନଙ୍କୁ ମୁତୟନ କରାଯାଇଛି । ସିସିଟିଭି କ୍ୟାମେରାଗୁଡିକୁ ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।

ଜିଆରପି ଅଧିକାରୀ ସୁରେଶ ସିଂହ କହିଛନ୍ତି, ଆତଙ୍କବାଦୀ ଧମକ ମିଳିବା ପରେ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀଙ୍କ ଟାର୍ଗେଡରେ ବାରାଣସୀ, ଗୋରଖପୁର, ଅଲୀଗଡ, ଲକ୍ଷ୍ନୌ, ବରେଲୀ, ମୁରାଦାବାଦ, ପ୍ରୟାଗରାଜ, କାନୁପର,ଅଯୋଧ୍ୟା ସମେତ ଉତ୍ତରାଖଣ୍ଡର ହରିଦ୍ବାର ରେଳ ଷ୍ଟେସନରେ ବିସ୍ଫୋରଣ କରିବାକୁ ଧମକ ଦେଇଛନ୍ତି ଆତଙ୍କବାଦୀ ।

   Related Posts