Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||

ଚୀନ୍ ନୌସେନାର କ୍ଷେପଣାସ୍ତ୍ର ଆକ୍ରମଣ ପରେ ବଢିଲା ଉତ୍ତେଜନା, ଦକ୍ଷିଣ ଚୀନ୍ ସାଗରରେ ଘନେଇଲା ଯୁଦ୍ଧ ଆଶଙ୍କା

27/08/2020 at 10:14 PM

ବେଜିଂ:  ଦକ୍ଷିଣ ଚୀନ ସାଗରରେ ଯୁଦ୍ଧ ଘନେଇଛି। ଆମେରିକୀୟ ଡ୍ରୋନ ସୀମାକୁ ବାରମ୍ବାର ପଶିବା ପରେ ଚୀନ୍‌ ଏହାର ଜବାବ ଦେଇଛି। ଦକ୍ଷିଣ ଚୀନ ସାଗରକୁ ଲାଗ ଲାଗ ୨ଟି କ୍ୟାରିୟର କିଲର କ୍ଷେପଣାସ୍ତ୍ର ଦାଗିବା ଏବେ ଉତ୍ତେଜନାର କାରଣ ପାଲଟିଛି। ଏହି କ୍ଷେତ୍ରରେ ଚୀନ୍‌କୁ ଉସକାଇବା ଆମେରିକାର ମୁଖ୍ୟ ଉଦ୍ଦେଶ୍ୟ ଥିବା ବେଳେ ଚୀନ୍‌ କ୍ଷେପଣାସ୍ତ୍ର ମାଡ କରି ସିଧା ଧମକ ଦେଇଛି।

ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଖବର କାଗଜ ଅନୁସାରେ ଚୀନ ନୈସେନା ହୈନାନ ଓ ପାରସେଲ ଦ୍ୱୀପ ମଝିକୁ ୨ଟି ଡିଏଫ ୨୬-ବି ଓ ଡିଏଫ ୨୧-ଡି କ୍ଷେପଣାସ୍ତ୍ର ମାଡ କରିଛି। ଚୀନ ନୈସେନାର କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁ ଏହି ମାର୍ଗ ଦେଇ ଯାତାୟାତ କରୁଥିବା ଯାତ୍ରୀବାହୀ ବିମାନଙ୍କ ଗମନାଗମନ କିଛି ସମୟ ପ୍ରଭାବିତ ହୋଇଥିଲା।

ଉଭୟ କ୍ଷେପଣାସ୍ତ୍ର ବାଲିଷ୍ଟିକ ଶ୍ରେଣୀୟ ହୋଇଥିବା ବେଳେ ମଧ୍ୟମ ଦୂରତାରେ ଲକ୍ଷଭେଦ କରିପାରନ୍ତି। କିଛି ଦିନ ପୂର୍ବରୁ ଆମେରିକୀୟ ବିମାନବାହୀ ପୋତ ରୋନାଲ୍ଡ ରେଗନ ପାର୍ସେଲ ଦ୍ୱୀପ ନିକଟରେ ଥିଲା। ଏଣୁ ଚୀନ୍‌ ଧମକାଇବାକୁ ହୁଏତ ଏପରି ପଦକ୍ଷେପ ନେଇଥାଇପାରେ ବୋଲି ଏବେ ବିଚାର କରାଯାଉଛି।

ଚୀନ ନୌସେନା କ୍ୱିଂଘାଇ ପ୍ରଦେଶରୁ ଡିଏଫ ୨୬-ବି କ୍ଷେପଣାସ୍ତ୍ର ଲଞ୍ଚ କରିଥିବା ବେଳେ  ଝେଝିଆଙ୍ଗରୁ ଡିଏଫ ୨୧-ଡି ପ୍ରୟୋଗ କରିଥିଲା। ତେବେ ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ ଏହା ରୁଟିନ ଅଭ୍ୟାସ ଥିଲା ବୋଲି ସଫେଇ ଦେଇଛି। ହେଲେ ଚୀନ୍‌ର ଏହି କାଣ୍ଡ ପରେ ଏବେ ଯୁଦ୍ଧଭଳି ପରିସ୍ଥିତି ଉପୁଜିବାକୁ ଯାଉଥିବାର ଅନୁମାନ କରାଯାଉଛି।    

   Related Posts