ଭାରତରେ ଘନଉଛି ବିପଦ : ଅଲକାଏଦା ଏବଂ ଆଇ.ଏସ୍.ଆଇ.ଏଲ କରିପାରନ୍ତି ବଡ଼ ଧରଣର ଆତଙ୍କୀ ଆକ୍ରମଣ

Published By : Prameya-News7 Bureau | June 05, 2020 IST

ନୂଆଦିଲ୍ଲୀ ୫/୬: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିବା ଅନୁସାରେ ମିଳିତ ଜାତିସଙ୍ଘର ରିପୋର୍ଟ ଏହା ସାବ୍ୟସ୍ତ କରି ଦେଇଛି ଯେ ପାକିସ୍ତାନ ଆତଙ୍କବାଦୀର ଏକ ବଡ଼ କେନ୍ଦ୍ର। ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଏବଂ ତଶ୍କର-ଏ-ତୟବାର ଆତଙ୍କବାଦୀଙ୍କ ଉପସ୍ଥିତି ଆଫଗାନିସ୍ତାନର ଶାନ୍ତି ପ୍ରକ୍ରିୟାକୁ ବିପଦରେ ପକାଇଛି। ପାକିସ୍ତାନୀ ଆତଙ୍କବାଦୀ ତାଲିବାନ ଯୋଦ୍ଧାଙ୍କ ସହ ମିଶି ଆଫଗାନିସ୍ତାନ ସରକାର ଏବଂ ଆମେରିକୀୟ ସୈନିକଙ୍କ ବିରୋଧରେ ଯୁଦ୍ଧ ଲଢ଼ୁଛନ୍ତି।

୬,୫୦୦ ପାକିସ୍ତାନୀ ଆତଙ୍କବାଦୀ ସହିତ ହଜାର ବିଦେଶୀ ଆତଙ୍କବାଦୀଙ୍କ ଉପସ୍ଥିତି ସଂଯୁକ୍ତ ରାଜ୍ୟ ଆମେରିକା ସହ ଶାନ୍ତି ବୁଝାମଣା ଉପରେ ହସ୍ତାକ୍ଷର କରିବା ପରେ ଆତଙ୍କବାଦ ବିରୋଧୀ ଚୁକ୍ତି ଭାବେ ନିଜ ବିଶ୍ବସନୀୟତା ସାବ୍ୟସ୍ତ କରିବା ପାଇଁ ତାଲିବାନ ସମୂହ ପାଇଁ ଏକ ଜଟିଳ ଚ୍ୟାଲେଞ୍ଜ ଜାରି କରିଛନ୍ତି। ଏହା ସହିତ ଅଲକାୟେଦା ଏବଂ ଆଇ.ଏସ୍.ଆଇ.ଏଲ.କେ ରେ ମେଣ୍ଟ ଦ୍ବାରା ଭାରତରେ ଆତଙ୍କବାଦୀ ଆକ୍ରମଣର ବିପଦ ବଢ଼ିଯାଇଛି।

ଆଫଗାନିସ୍ତାନରେ ଆଇ.ଏସ୍.ଆଇ.ଏଲ.କେର ଆତଙ୍କବାଦୀଙ୍କ ସଂଖ୍ୟା ପାଖାପାଖି ୨,୨୦୦। ଏହି ଆତଙ୍କବାଦୀ କାବୁଲ୍ ସହ ଦେଶର ବିଭିନ୍ନ ଅଞ୍ଚଳରେ ବଢ଼ୁଥିବା ଆକ୍ରମଣ ପାଇଁ ସକ୍ଷମ,କିନ୍ତୁ ଦାବି କରାଯାଇଛି ଯେ ଏମାନଙ୍କ ମଧ୍ୟରୁ କିଛି ପୂର୍ଣ୍ଣ ଭାବେ ହକ୍କାନି ନେଟଓ୍ବାର୍କ ସହ ସମ୍ବନ୍ଧିତ ହୋଇପାରନ୍ତି। ଆଫଗାନିସ୍ତାନର ଶାନ୍ତି ପ୍ରକ୍ରିୟାର ସନ୍ଦର୍ଭରେ ଆଇ.ଏସ୍.ଆଇ.ଏଲ.କେର ପୁନରୁତ୍ଥାନରେ ମୁଖ୍ୟ ବିପଦ ଏହାର ଏକମାତ୍ର ବିରୋଧୀ ଆତଙ୍କବାଦୀ ସମୂହ ଭାବେ ଛାଡ଼ିଲେ ହୋଇପାରେ। କାରଣ ଏପରି ସ୍ଥିତିରେ ଏଥିରେ ନୂଆ ଆତଙ୍କବାଦୀ ଭର୍ତ୍ତି ହୋଇ ପାରନ୍ତି ଏହାକୁ ଫଣ୍ଡିଂ ମଧ୍ୟ ମିଳିପାରେ। ଆଫଗାନିସ୍ତାନରେ ନିଜର ଉଦ୍ଦେଶ୍ୟ ଏବଂ ବୃତ୍ତି ଅନୁସନ୍ଧାନରେ ପହଞ୍ଚିଥିବା ଅନେକ ଆତଙ୍କବାଦୀ ଏହାକୁ ଜଟିଳ ଚ୍ୟାଲେଞ୍ଜ କରି ଦେଇପାରନ୍ତି।

ତହରିକ-ଏ-ତାଲିବାନ,ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଇ-ତୟବା ଏହି ପାକିସ୍ତାନୀ ସମୂହରେ ଅନ୍ତର୍ଭୁକ୍ତ ଯାହା ସୁରକ୍ଷା ଦୃଷ୍ଟିରୁ ବିପଦ ହୋଇଛନ୍ତି। ୩ଟି ସମୂହ ପୂର୍ବ ଆଫଗାନ୍ ପ୍ରାନ୍ତ କୁନାର,ନଙ୍ଗରହାର ଏବଂ ନୁରିସ୍ତାନରେ ଅଛନ୍ତି। ଲସ୍କର ଏବଂ ଜୈଶର ଆତଙ୍କବାଦୀ ନଙ୍ଗରହାରରେ ଅଧିକ ସକ୍ରିୟ ଅଛନ୍ତି। କୁନାର ପ୍ରାନ୍ତରେ ଲସ୍କରର ୨୨୦ ଏବଂ ଜୈଶର ୩୦ ଆତଙ୍କବାଦୀ ରହିଛନ୍ତି। ଏମାନେ ତାଲିବାନ ସହ ମିଶି ଆକ୍ରମଣ କରନ୍ତି ଯାହା ଆଫଗାନିସ୍ତାନର ସୁରକ୍ଷା ପ୍ରତି ବିପଦଜନକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.